କେନ୍ଦ୍ରାପଡ଼ା,୦୭/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀୟୁଙ୍କ ପୀଠରେ ହବିଷ୍ୟାଳୀଙ୍କ କାର୍ତିକବ୍ରତ ଗରାପୁର ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ଗତ ୩ତାରିଖ ଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ସନ୍ଧ୍ୟାରେ ହବିଷ୍ୟାଳୀମାନଙ୍କ ପାଇଁ ଶ୍ରୀବଳଦେବଜୀୟୁଙ୍କ ଝୁଲଣ ମଣ୍ଡପ ପରିସରରେ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପ୍ରବଚକ ଭାବେ ଯୋଗଦେଇ ଆଧ୍ୟାତ୍ମିକ ପ୍ରବଚନ ଓ ଅଶିର୍ବଚନ ପ୍ରଦାନ ସହ ଭଜନ କୀର୍ତନ କରାଯାଉଛି । ଏଥିସହିତ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ନାମ ସଂକୀର୍ତନ ମଧ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ଆଶ୍ରମର ନୃସିଂହ ବାବା ଏବଂ ଅନ୍ୟମାନେ ସହଯୋଗ କରୁଛନ୍ତି ।