କଟକ ସଦର, ୦୭/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଆଜି (ରବିବାର ଦିନ) କିଶନନଗର ଠାରେ ହୋଇଥିବା ବିଭିନ୍ନ କାର୍ତ୍ତିକେୟ ପୂଜା ମଣ୍ଡପ ପରିଦର୍ଶନ କରି ସଦରଵାସୀଙ୍କ ମଙ୍ଗଳ କାମନା କରିଵା ସହିତ ଆଶିର୍ଵାଦ ଭିକ୍ଷା କରିଥିଲେ। ଏଥିସହିତ ମା’ ଭଗଵତୀ ନୂତନ ମନ୍ଦିରର ରତ୍ନମୁଦ ଉତ୍ସଵରେ ଯୋଗଦାନ କରିଥିଲେ।
ବିଧାୟକଙ୍କ ସହିତ ଉକ୍ତ ଯୋନର ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ୟ୍ୟକାରୀ ସଭାପତି ସମର ବେହେରା,ଵିଧାୟକଙ୍କ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, ଛାତ୍ର ବିଜେଡ଼ି ସଭାପତି ଇଂ ସତ୍ୟସିଦ୍ଧାନ୍ତ ଦାସ, ବରିଷ୍ଠ ବିଜେଡି ନେତା ପୂର୍ବତନ ସରପଂଚ ରମେଶ ସାହୁ,ଗଗନ ବିହାରୀ ମହାପାତ୍ର, ଲାବଣ୍ୟବତୀ ବିଷୋୟୀ, ସୁରେଶ ବିଷୋୟୀ ପ୍ରମୁଖ ସାମିଲ ହୋଇଥିଲେ। ଫେରିବା ଵାଟରେ ଆୟତପୁର ପଞ୍ଚାୟତର କେଶପୁର ହୁଙ୍କା ଗୋସେଇଁଙ୍କ ଠାରେ ଅନୁଷ୍ଠିତ ଅଷ୍ଟପ୍ରହରୀ ନାମ ଯଜ୍ଞରେ ବିଧାୟକ ଯୋଗ ଦେଇଥିଲେ ।