କେନ୍ଦ୍ରାପଡ଼ା, ୦୬/୧୧/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ୮ତାରିଖ ମଙ୍ଗଳବାର ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ସେଦିନ ସୂର୍ଯେ୍ୟାଦୟ ୫ଘଂଟା ୫୪ମିନିଟ ଠାରୁ ପାକତ୍ୟାଗ ଦେବନୀତି ନିଷେଧ ଥିବାରୁ ସେହି ଦିନର ପାଳିଆ ନିଯୋଗୀ ବଡପଣ୍ଡାଙ୍କ ସହିତ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ନୀତିକାର୍ଯ୍ୟ ସମ୍ପାଦନ ପାଇଁ ସମୟ ନିର୍ଘଂଟ ସ୍ଥିର କରାଯାଇଛି । ସେହି ଅନୁଯାଇ ଆସନ୍ତା ୭ତାରିଖ ସୋମବାର ସକାଳ ୬ଟାରେ ଜୟମଙ୍ଗଳା ଆରତୀ, ୯ଟାରେ ନୀତିସ୍ନାନ ବଲ୍ଲଭ, ୧୦ଘଂଟା ୩୦ମିନିଟରେ ଖେଚୁଡି ଧୂପ(ଶଙ୍ଖୁଡି), ଅପରାହ୍ନ ସାଢେ ଗୋଟାଏ ବେଳେ ଦ୍ୱିପହର ଧୂପ(ଶଙ୍ଖୁଡି), ଅପରାହ୍ନ ୫ଟାରେ ସନ୍ଧ୍ୟା ଉଠାଣୀ, ଆଳତୀ(ବକାସୁର ବଧ ବେଶ), ରାତ୍ର ୭ଟାରେ ବେଶ ଉଲାଗି, ମହାସ୍ନାନ,ରାତ୍ରଧୂପ(ଶଙ୍ଖୁଡି), ରାତ୍ର ୯ଟାରେ ବଡ ସିଂହାର(ଶଙ୍ଖୁଡି), ପହୁଡଲାଗି ହେବ । କାର୍ତିକ ପୂର୍ଣ୍ଣୀମା ପାଇଁ ରାତ୍ର ୧୨ଟାରେ ଜୟ ମଙ୍ଗଳା ଆରତୀରାତ୍ର ଗୋଟାଏରେ ନୀତିସ୍ନାନ ବଲ୍ଲଭ, ରାତ୍ର ସାଢେ ୩ଟାରେ ଦ୍ୱିପର ଧୂପ(ଶଙ୍ଖୁଡି), ସାହାଣମେଲା ହେବ । ଆସନ୍ତା ୮ତାରିଖ ମଙ୍ଗଳବାର ସନ୍ଧ୍ୟା ସାଢେ ୫ଟାରେ ଗ୍ରହଣସ୍ନାନ ଓ ଭୋଗ, ସନ୍ଧ୍ୟା ୬ଘଂଟା ସମୟରେ ମହାସ୍ନାନ, ସନ୍ଧ୍ୟା ସାଢେ ୬ଟାରେ ସନ୍ଧ୍ୟା ଉଠାଣୀ, ରାତ୍ର ସାଢେ ୭ଟାରେ ଶ୍ରୀଜୀଉଙ୍କ ପଦ୍ମବେଶ ଓ ଶ୍ରୀ ଗୋବିନ୍ଦଜୀଉ, ଶ୍ରୀରାଧାକୃଷ୍ଣ ଫୁଲରଥ ବିଜେ, ରାତ୍ର ୮ଟାରେ ସନ୍ଧ୍ୟା ଆରତୀ, ରାତ୍ର ୧୧ଟାରେ ରାତ୍ରଧୂପ ନିଶଙ୍ଖୁଡି ଓ ରାତ୍ର ଗୋଟାଏରେ ବଡସିଂହାର ପହୁଡଲାଗି କରାଯିବ ବୋଲି ଶ୍ରୀ ବଳଦେବଜୀଉଦେବୋର କାର୍ଯ୍ୟାଳୟ ପକ୍ଷରୁ ମନ୍ଦିର ସୁପରଭାଇଜର ଜଣାଇଛନ୍ତି ।