ଖୋର୍ଦ୍ଧା,୬/୧୧/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ରାମଦୟା ପରିଷଦ ପକ୍ଷରୁ ଅନୁଷ୍ଠିତ ମେଧା ଅଭିନନ୍ଦନ ଓ ସଂବର୍ଧନା କାର୍ୟ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଅଛି। ୪୦ ତମ ବାର୍ଷିକ ଉତ୍ସବର ଅନ୍ତିମ ଦିବସରେ ଡ ମ୍ରୁତ୍ୟୁଂଜୟ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରେଳ ବିଭାଗର ବିଭାଗୀୟ ଅଧିକାରୀ ଜଗଦୀଶ ପାତ୍ର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ବେଣୁଧର ଦାସ ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥିଭାବେ କେବିଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସଂଜୟ କୁମାର ଦାଶ ଯୋଗ ଦେଇଥିଲେ। ସଂପାଦକ ଗଂଗାଧର ତ୍ରିପାଠୀ ଅତିଥି ପରିଚୟ କରିଥିବା ବେଳେ ଉପସଭାପତି ସତ୍ୟବାଦୀ ବଳିୟାରସିଂହ ଧନ୍ୟବାଦ ଦେଇଥିଲେ।
ଅଂଚଳର ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ୯ ଜଣ ବ୍ୟକ୍ତି ବିଶେଷ ଓ ଆଂଚଳିକ ଭିତ୍ତିରେ ମହାବିଦ୍ୟାଳୟ, ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାରେ ଟପର ହୋଇଥିବା ୨୨ ଜଣ ଛାତ୍ରଛାତ୍ରୀ ଙ୍କୁ ପରିଷଦ ପକ୍ଷରୁ ଅତିଥିଗଣ ମାନପତ୍ର ଦେଇ ସଂବର୍ଦ୍ଧିତ କରିଥିଲେ।କାର୍ୟ୍ୟକ୍ରମ କୁ ରାମନାଥ ଦାଶ, ଲକ୍ଷ୍ମୀଧର ଦଳେଇ ଓ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।