ଖୋର୍ଦ୍ଧା,୬/୧୧/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ):ଖୋର୍ଧା ଜିଲ୍ଲା ରାମେଶ୍ଵର ଛକ ସ୍ଥିତ ମନ୍ଦାକିନି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଉତ୍ସବ ପାଇଁ ନଦୀ ପୂଜନ କାର୍ୟ୍ୟକ୍ରମ ହୋଇଛି।ଖୋର୍ଦ୍ଧା ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ନଦୀ ପୂଜନ କରିଛନ୍ତି।ମନ୍ଦାକିନି ନଦୀରେ ନର୍ମଦା ଓ ଗଗାଂ ଜଳ ପକାଇ ପବିତ୍ର କରାଯାଇଛି।
ସ୍ଥାନୀୟ ମନ୍ଦାକିନି ଉତ୍ସବ ଗଠନ କରାଯାଇ ଆଖପାଖ ୨୦ ଖଣ୍ଡ ଗ୍ରାମପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଓ ଯୁବକ ମାନଙ୍କୁ ସାଗଂରେ ଧରି ଏହି ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ହେଵାକୁ ସ୍ଥିର ହୋଇଛି।ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ସହିତ ଓଡ଼ିଶାର ବିଶିଷ୍ଠ ସିନେ କଳାକାର ଓ ହଜି ଯାଉଥିବା ଲୋକ କଳାକୁ ବଂଚାଇ ରଖିବା ପାଇଁ ଏକ ସାସ୍କୃତିକ କାର୍ୟ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି।
ଆସନ୍ତା ୮ ତାରିଖରେ କିପରି ଶ୍ରୁଂଖଳାରେ ଏହି କାର୍ୟକ୍ରମ କରାଯିବ ସେହି ଉଦ୍ଦେଶ୍ୟରେ ଆଜି ଏକ ସାମ୍ବାଦିକ ସମ୍ମୀଳନୀ କରାଯାଇ ସୂଚନା ଦିଆଯାଇଛି।