ଢେଙ୍କାନାଳ, ୦୬/୧୧/୨୦୨୨(ଓଡ଼ିଶା ସମାଚାର)- ଜଣେ ବିଚାରଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ବିଚାରଧୀନ କଏଦୀ ହେଉଛନ୍ତି ନିରଞ୍ଜନ ପାଣି । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗାଁର ନିରଞ୍ଜନ ପାଣି ଏକ ଏଟିଏମ ଲୁଟ୍ ମାମଲାରେ ଗିରଫ ହୋଇଥିଲେ। ଏହି ଘଟଣାର ତଦନ୍ତ କରି ଗଁଦିଆ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତନ୍ମଧ୍ୟରେ ନିରଞ୍ଜନ ଥିଲେ ଜଣେ । ତାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା । ସେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲେ । ଶରୀର ଅସୁସ୍ଥତା କାରଣରୁ ଗତ ୩୧ ତାରିଖରେ ତାଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରୁଥିବା ଡାକ୍ତର ୩ ତାରିଖରେ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜେଲ୍ ସୂତ୍ରରୁ ଜଣାପଡିଛି ।