Friday , December 9 2022
Breaking News
Home / ନିର୍ବାଚନ / ଧାମନଗର ଉପ ନିର୍ବାଚନରେ ବିଜେପି ର ବାଜି ମାତ

ଧାମନଗର ଉପ ନିର୍ବାଚନରେ ବିଜେପି ର ବାଜି ମାତ

ଭୁବନେଶ୍ଵର, ୦୬ /୧୧/୨୦୨୨(ଓଡ଼ିଶା ସମାଚାର)-  ବହୁ ଚର୍ଚ୍ଚିତ ଭଦ୍ରକ ଜିଲ୍ଲାର ଧାମନଗର ଉପ ନିର୍ବାଚନରେ ବିଜେପି ର ବାଜି ମାତ୍ । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସ୍ଥିତପଜ୍ଞ ସୂରଜ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯,୮୮୧ ଭୋଟ୍ ରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ସୂର୍ୟ୍ୟବଂଶୀ ସୂରଜଙ୍କୁ ୮୦,୩୫୧ଭୋଟ୍ ମିଳିଥିବା ବେଳେ ଅବନ୍ତୀଙ୍କୁ ମିଳିଛି ୭୦,୪୭୦ ଭୋଟ୍। କିନ୍ତୁ ଚତୁର୍ଥ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ରହିଛନ୍ତି । ବାବାଙ୍କୁ ୩,୫୬୧ ଭୋଟ୍ ମିଳିଛି। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮,୧୫୩ଭୋଟ୍ ହାତେଇଛନ୍ତି।

ନିକଟ ଅତୀତରେ ଯେତେ ସବୁ ଉପ ନିର୍ବାଚନ ହୋଇଛି ସବୁଥିରେ ବିଜେଡି ଜିତିବାରେ ସଫଳ ହୋଇଥିଲା। ପ୍ରଥମ ଥର ଶାସକ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ୨୦୧୯ ବିଧାନସଭାରେ ସୂର୍ୟ୍ୟଙ୍କ ବାପା ବିଷ୍ଣୁ ସେଠୀ ଧାମନଗର ଆସନରୁ ବିଜୟ ହାସଲ କରିଥିଲେ।

Leave a Reply

Your email address will not be published.