Thursday , June 8 2023
Breaking News
Home / ବିଶେଷ / ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ୩୮ତମ ପ୍ରତିଷ୍ଠା ଦିବସ ପାଳିତ

ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ୩୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୦୬/୧୧/୨୦୨୨(ଓଡ଼ିଶା ସମାଚାର)- ଇତିମଧ୍ୟରେ ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ୩୮ତମ ପ୍ରତିଷ୍ଠା ଦିବସ ଜୟଦେବ ବିହାରସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଅଛି  । ଉକ୍ତ ଉତ୍ସବରେ ଭୁବନେଶ୍ୱର ଉତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ସମ୍ମାନିତ ଅତିଥି, ଜିତେନ୍ଦ୍ର ନାରାୟଣ ଦାସ (ଦାସ ବେନେହୁର) ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ  । ଉତ୍ସବରେ ପରିଷଦର ସଭାପତି ଶ୍ରୀ ମନୋରଂଜନ ମିଶ୍ର ପୌରହିତ୍ୟ କରିଥିଲେ  । ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ବଂଶୀଧର ପରିଡ଼ା ପରିଷଦର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ  । ସ୍ଥାନୀୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଜୟଦେବ ବିହାର ସାଂସ୍କୃତିକ ପରିଷଦ ତରଫରୁ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା  । ମାଟି୍ରକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୪ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ‘ବେଷ୍ଟ ଷ୍ଟୁଡେଂଟ ଆୱାର୍ଡ’ ପ୍ରଦାନ କରାଯାଇଥିଲା  । ମୁଖ୍ୟବକ୍ତା ତାଙ୍କ ଭାଷଣରେ କହିଥିଲେ ଯେ, ପରିଷଦ ଓ ମନ୍ଦିର ପରିଚାଳନା ସୁଚାରୁ ରୂପେ କରିବା ସେଙ୍ଗ ସେଙ୍ଗ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ କରୁଥିବାରୁ ସଂଗଠନର କର୍ମକର୍ତାମାନେ ପ୍ରଶଂସାଯୋଗ୍ୟ  । ଅନ୍ୟମାନଙ୍କ ମଧ୍ୟରେ ୨୭ନମ୍ବର ୱାର୍ଡର କର୍ପୋରେଟର ସୁଧାଂଶୁ ଶେଖର ପଟ୍ଟନାୟକ, ରମାକାନ୍ତ ମହାନ୍ତି, ସୁବାଷ ଚନ୍ଦ୍ର ବିଶ୍ୱାଳ, ବଂଶୀଧର ସାହୁ, ରାଜକିଶୋର ମହାପାତ୍ର, ସୁବାଷ ଚନ୍ଦ୍ର ଦାସ, ବିପିନ ବିହାରୀ ଶତପଥୀ, ସତ୍ୟନାରାୟଣ ପଟ୍ଟନାୟକ ଓ ଶ୍ରୀମତୀ ଶାନ୍ତି ବେହେରା କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ  । ପରିଶେଷରେ ଉପସଭାପତି ଗଜେନ୍ଦ୍ରନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published.