Thursday , June 1 2023
Breaking News
Home / ବିଶେଷ / ଜିଲ୍ଲା କୋଷାଗାରରେ ଜୀବନ ପ୍ରମାଣପତ୍ର ସହାୟତା କେନ୍ଦ୍ର

ଜିଲ୍ଲା କୋଷାଗାରରେ ଜୀବନ ପ୍ରମାଣପତ୍ର ସହାୟତା କେନ୍ଦ୍ର

କେନ୍ଦ୍ରାପଡ଼ା, ୦୬/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କୋଷାଗାରରେ ଗତ ମଙ୍ଗଳବାର ଠାରୁ ପେନସନଧାରୀମାନଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ନିମନ୍ତେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରରେ ପେନସନଭେୠୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ସୂଚନା ଦେଇଛନ୍ତି । ପେନସନ ଉପଭୋକ୍ତାମାନଙ୍କୁ ସେହି କେନ୍ଦ୍ରରେ ଆବଶ୍ୟକ ସେବା ଯୋଗାଇ ଦେବାକୁ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ଏହି କେନ୍ଦ୍ରର ସହାୟତା ନେଇ ସମସ୍ତ ପେନସନ ଭୋଗୀମାନେ ସେମାନଙ୍କ ଜୀବନ ପ୍ରମାଣ ପତ୍ର ଦାଖଲ କରିପାରିବେ ବୋଲି ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଏକମାସଧରି ଚାଲିବାକୁ ଥିବା ଏହି ସହାୟତା କେନ୍ଦ୍ରର ସୁଯୋଗ ନେବା ପାଇଁ ଶ୍ରୀ ରାଉତ ପେନସନଭୋଗୀମାନଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.