ନିରାକାରପୁର, ୦୬ /୧୧/୨୦୨୨(ଓଡ଼ିଶା ସମାଚାର)- ଗୋରୁ ମାଫିଆମାନେ ଗାଁ ଗହଳିରେ ସକ୍ରିୟ ହୋଇପଡିଛନ୍ତି।ଗାଁ ଗହଳିରୁ ଦଲାଲ ମାନଙ୍କ ମାଧ୍ୟମରେ ଗୋରୁ ଗାଈ ମାନଙ୍କୁ ଶାଗମାଛ ଦରରେ କିଣି ସୁରକ୍ଷିତ ଭାବରେ ଗୋରୁ ମାଫିଆ ମାନଙ୍କ ହାତକୁ ଟେକି ଦେଉଛନ୍ତି।ମାଫିଆ ମାନେ ଗୋରୁଗାଡିକୁ ରାଜ୍ୟ ବାହାରକୁ ଚାଲାଣ କରି ହତ୍ୟା ଓ ମାସଂ ବିକ୍ରୀ ଉଦେଶ୍ୟରେ ଏଜେଣ୍ଟ ମାନଙ୍କୁ ଗାଁ ଗହଳିରେ ନିୟୋଜିତ କରିଛନ୍ତି।ଆଜି ସକାଳେ ଏକ ଟାଟା ଏସି ଗାଡିରେ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅଂଚଳରୁ ଏକ ଟାଟା ଏସି ଗାଡିରେ ୧୦ଗୋଟି ଗୋରୁ ବୋଝେଇ କରି ନେଇ ଯାଇଥିବା ବେଳେ ଆଚଂଳିକ ହିନ୍ଦୁ ସଂଗଠନ ନିରାକାରପୁରର ସଦସ୍ୟ ମାନେ ଖବର ପାଇ ଅଚାନକ ତେଲଗାଂପଡା ଠାରେ ଗାଡିକୁ ଅଟକାଇ ୪ଜଣ ଗୋରୁ ମାଫିଆଙ୍କୁ ଅଟକ ରଖି ଉତ୍ତମ ମଧ୍ୟମ ଦେଇ ପୋଲିସ କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।ଅଟକ ଗୋରୁ ଗୁଡିକୁ ଫିଟାଇ ଦେଇଛନ୍ତି ହିନ୍ଦୁ ସଂଗଠନର କର୍ମକର୍ତ୍ତା।ଗୋରୁ ବୋଝେଇ ଗାଡିକୁ ହିନ୍ଦୁ ସଂଗଠନ ର କର୍ମକର୍ତ୍ତା ଅଟକାଇବା ସମୟରେ ଦୁଇ ଜଣ ଗହିର ବିଲରେ ଦୈ।ଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତେଲଗାଂପଡା ଗ୍ରାମବାସୀ ସେମାନଙ୍କୁ କାବୁକରିଛନ୍ତି।