Saturday , June 10 2023
Breaking News
Home / ବିଶେଷ / ଉତ୍କଳ ଵିକାଶ ପରିଷଦ ପକ୍ଷରୁ ୨ୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା

ଉତ୍କଳ ଵିକାଶ ପରିଷଦ ପକ୍ଷରୁ ୨ୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା

କଟକ ସଦର, ୦୬ /୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସେମାନଙ୍କର ଜନ ସମର୍ଥନ ଜାହିର କରିଵାକୁ ପଦଯାତ୍ରା କରାଯାଉଥିବା ବେଳେ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ଵିକାଶ ପରିଷଦ ପକ୍ଷରୁ ଅକ୍ଟୋବର ୨ ରୁ ଆରମ୍ଭ କରାଯାଇଥିବା ଜନସଂପର୍କ ପଦଯାତ୍ରା ୨ୟ ପର୍ଯ୍ୟାୟରେ ଆଜି (ରବିବାର ଦିନ) ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଧରିଣା ପଞ୍ଚାୟତର ଗୋପ ଗୋସ୍ୱାମୀ ପୀଠ ଠାରୁ ଆରମ୍ଭ କରାଯାଇ ଯଶପଡା ପଞ୍ଚାୟତ ଯଶେଶ୍ୱର ଶୈବପୀଠ ଠାରେ ଉଦଯାପିତ ହୋଇଛି।ଏଥିରେ ଵହୁ ମହିଳା ଓ ପୁରୁଷ ସଦସ୍ୟ ହାତରେ ପ୍ଲାକାର୍ଡ ଧରି ପରିଷଦର ଜନହିତକର କାର୍ଯ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ।ଏହାକୁ ସଂଯୋଜକ ଅଶୋକ ସାହୁ, ଅଭିମନ୍ୟୁ ସାହୁ, ସୁରେଶ ଜେନା, ନିରଞ୍ଜନ ରାଉଳ,ସଂଜୟ ସାହୁ,ସରୋଜ ଵାରିକ, ଅନନ୍ତ ନାଥ, ବଳରାମ ନାୟକ, ଲକ୍ଷ୍ମୀଧର ଜେନା, କୃଷ୍ଣ ଚନ୍ଦ୍ର ସାହୁ,ଵାଵୁଲି ସାହୁ,ଅକ୍ଷୟ ରାଉତରାୟ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ଏହି ପଦଯାତ୍ରା ଆଗକୁ ଏମିତି ପର୍ଯ୍ୟାୟକ୍ରମେ ଚାଲୁ ରହିବ ବୋଲି ସଭାପତି ଇଂ ସେଠୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.