Thursday , June 1 2023
Breaking News
Home / ବିଶେଷ / ଅଟୋ ଓଲଟି ୪ ଆହତ

ଅଟୋ ଓଲଟି ୪ ଆହତ

ନିରାକାରପୁର, ୦୬ /୧୧/୨୦୨୨(ଓଡ଼ିଶା ସମାଚାର)- ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଛକ ନିକଟରେ ଯାତ୍ରୀ ବାହି ଅଟୋ ଓଲଟି ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଖୋର୍ଦ୍ଧା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାରୁ ଜଣାପଡିଛି ଗୋଟିଏ ଅଟୋ ଲୋକ ମାନଙ୍କୁ ଧରି ପୁରୀ ଯାଇଥିଲା । ପୁରୀରୁ ଫେରି ରାମେଶ୍ୱର ଛକରୁ ଜଂକିଆ ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ରାସ୍ତା ଖରାପ ଥିବାଯୋଗୁ ଭାରସାମ୍ୟ ହରାଇ ଅଟୋଟି ଲେଉଟି ପଡିଥିଲା। ସ୍ଥାନୀୟ ଲୋକେ ଖବର ପାଇ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଇଥିବା ଜଣାପଡିଛି।୪ଜଣ ଆହତ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published.