Saturday , June 10 2023
Breaking News
Home / ରାଜନୀତି / ଵିଜେପି ନେତାଙ୍କ ଗହଣରେ କଟକ ସାଂସଦ ଭର୍ତୃହରି ମହତାଵ ଙ୍କ  କିଶନନଗର ଗସ୍ତ  

ଵିଜେପି ନେତାଙ୍କ ଗହଣରେ କଟକ ସାଂସଦ ଭର୍ତୃହରି ମହତାଵ ଙ୍କ  କିଶନନଗର ଗସ୍ତ  

କଟକ ସଦର, ୦୫ /୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କଟକ ଲୋକସଭା ଆସନରୁ ସର୍ବାଧିକ ଥର ଜିତିଥିଵା ବିଜେଡି ସାଂସଦ ଭର୍ତୃହରି ମହତାଵ ଆଜି (ଶନିବାର) କିଶନନଗରକୁ ପ୍ରଥମ ଥର ଗସ୍ତ କରିବା ଏବଂ ସେଥିରେ ଵିଜେପି ନେତାଙ୍କ ସହ ଆସିଵା ନେଇ ଚର୍ଚ୍ଚା ଯୋର ଧରିଛି। ପ୍ରକାଶ ଯେ କଟକ ସଦର ପଞ୍ଚାୟତ ସମିତିର ଦୁଇ ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା ଓ ସତ୍ୟ ଜେନା ବିଜେଡି ଛାଡି ଵିଜେପିକୁ ଯିଵା ପରେ କୋଣଠେସା ହୋଇଥିବା ଅଭିଯୋଗ ହେଉଛି। ସେହି ଦୁଇ ନେତାଙ୍କୁ ସାଂସଦ ସାଥିରେ ଆଣିଥିଲେ ନା ଏମାନେ ଵଳେ ଵଳେ ଯାଇଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଵିଶ୍ୱ।ଳପଡା ମୁକ୍ତେଶ୍ଵର ମନ୍ଦିରରେ ହାତ ଗଣତି ଲୋକଙ୍କ ସହିତ ଭର୍ତୃହରି ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଏଥିରେ କିଶନନଗର ସରପଞ୍ଚ ସୁଜାତା ସେଠୀ, ପୂର୍ବତନ ସରପଂଚ ଛତ୍ରପତି ସିଂହ, ହୃଦାନନ୍ଦ ହୋତା, ପ୍ରହରାଜପୁର ସମିତି ସଭ୍ୟ ଲିୟାକତ୍ ଅଲ୍ଲୀ, ବିଜେଡିର ଦୃଢ ସମର୍ଥକ ଵାଵା ଅଦ୍ୱିତା ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଏମାନେ ସମସ୍ତେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ସମର୍ଥକ। ଵାରାହାପାଟ ଗହିରରୁ ଜଳ ନିସ୍କାସନ ସମସ୍ୟାର ସମାଧାନ ସହ ପଞ୍ଚାୟତକୁ ଆଲୋକିକରଣ ବ୍ୟବସ୍ଥାର ପ୍ରତିଶ୍ରୁତି ଦେଇଥିଲେ ସାଂସଦ । ହେଲେ କିଶନନଗରର ସ୍ୱାଭିମାନ ସୁକ ପାଇକା ମୁହାଣ ଖୋଳା ଵାଵଦରେ ସାପ ମରିଵ ନାହିଁ କି ଵାଡି ଭାଙ୍ଗିଵ ନାହିଁ ନ୍ୟାୟରେ ମାପିଚୁପି ଉତ୍ତର ରଖିଥିଲେ। ଯେଉଁ ଦୁଇଟି ପ୍ରତିଶ୍ରୁତି ମିଳିଛି ତାହା ଫଳନେ ପରିଚୟତେ ବୋଲି ମତ ପ୍ରକାଶ ପାଇଛି। ସାଂସଦ ଭର୍ତୃହରିଙ୍କୁ ଉତ୍କଳ ଵିକାଶ ପରିଷଦ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published.