ନିଶ୍ଚିନ୍ତକୋଇଲି, ୦୫ /୧୧/୨୦୨୨(ଓଡ଼ିଶା ସମାଚାର)- ଧଉଳି କଳିଙ୍ଗ ଶାନ୍ତି ସ୍ତୁପର ୫୦ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ଜାପାନ ଧର୍ମଗୁରୁ ଜୁନସେଇ ତେରାସାୱା,କାଜାକସ୍ତାନ ଧର୍ମଗୁରୁ ଆଲେକ୍ସି, ନେପାଳ ଧର୍ମଗୁରୁ ବିବେକ ବୋମଜାନ, ପଖ୍ରୀନ୍ ସଦା, ମହାରାଷ୍ଟ୍ର ସମ୍ରାଟ ହରି ସୋଡ଼ାୱତେ, ବିନୋଦ ମଲ୍ଲାରୀ ସୋଡ଼ାୱତେ,ଉତ୍ତରାଖଣ୍ଡର କାମଲ କିଶୋର ଭଟ୍ଟଙ୍କ ହିମାଚଳ ପ୍ରଦେଶର ଦୀପକ ଠାକୁର ସମେତ ବିଭିନ୍ନ ଦେଶର ବୌଦ୍ଧ ଭିକ୍ଷୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହମ୍ମଦପୁରର ତଥାଗତ ବୁଦ୍ଧ ବିହାର ପରିଦର୍ଶନରେ ଆସି ଦୁଇଦିନ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ଶୁକ୍ରବାର ଦିନ ସନ୍ଧ୍ୟାରେ ମହମ୍ମଦପୁର ବୌଦ୍ଧ ସଂଘ ଦ୍ୱାରା କରାଯାଉଥିବା ତ୍ରିପିଟକ ସୁତ୍ତ ପାଠ, ବୁଦ୍ଧ ବନ୍ଦନା ,ଚୈତ୍ୟ ବନ୍ଦନା ଓ ବୋଧି ବନ୍ଦନା କରିବା ସହ ଶାନ୍ତି, ମୈତ୍ରୀ ,ଦୟା ଓ କରୁଣାର ପ୍ରତିଷ୍ଠା କରି ମହମ୍ମଦପୁର ବୌଦ୍ଧ ସଂଘର ସମସ୍ତ ଉପାସକ ଓ ଉପାସିକାଙ୍କୁ ଧମ୍ମ ଦେଶନା ଦେଇଥିଲେ ।
ଶନିବାର ପ୍ରାତଃ ୫ ଘଟିକାରେ ସଂଘର ସଦସ୍ୟ ଙ୍କ ଉପସ୍ଥିତିରେ ବୁଦ୍ଧ ବିହାରରେ ବୁଦ୍ଧ ବନ୍ଦନା କରିଥିଲେ । ପରେ ବୌଦ୍ଧ ବିହାରରୁ ଧମ୍ମ ବିଜୟ ବିଶ୍ୱଶାନ୍ତି ପଦଯାତ୍ରା ବାହାରି ସମଗ୍ର ଗ୍ରାମ୍ୟ ପରିକ୍ରମା କରିଥିଲେ । ଏହା ପରେ ବୌଦ୍ଧ ବିହାରରେ ଉପାସକ ଓ ଉପସିକାମାନଙ୍କୁ ଧମ୍ମ ଦେଶନା ଦେଇ ଶାନ୍ତି, ମୈତ୍ରୀ ଓ କରୁଣା ଜ୍ଞାନ ବାଣ୍ଟିଥିଲେ । ଏହାପରେ ମହମ୍ମଦପୁର ବୌଦ୍ଧ ସଂଘ ଦ୍ୱାରା ହୋଇଥିବା Website କୁ ଉନ୍ମୋଚନ କରିଥିଲେ ।
ଏହି ଧମ୍ମ ବିଜୟ ପଦଯାତ୍ରାରେ ମହମ୍ମଦପୁର ବୌଦ୍ଧ ସଂଘର ସଭାପତି ବାବାଜୀ ଚରଣ ପାତ୍ର ,ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର , ସହ ସମ୍ପାଦକ ଅଭିମନ୍ୟୁ ପାତ୍ର, ଗଙ୍ଗାଧର ଦେବତା, ଭ୍ରମର ବର ଦେବତା, ଦୁର୍ୟ୍ୟୋଧନ ପାତ୍ର, ପ୍ରଦୀପ୍ତ ପରମାଣିକ, ଭୃଗୁ କୁମାର ପାତ୍ର , ନିଶ୍ଚିନ୍ତକୋଇଲି ବ୍ଲକ୍ ର ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ମହମ୍ମଦପୁର ପଂଚାୟତର ପୂର୍ବତନ ସରପଂଚ ସରୋଜ କୁମାର ବେହେରା ଙ୍କ ସମେତ ଗ୍ରାମର ସମସ୍ତ ଉପାସିକା ଓ ଉପାସକ ମାନେ ସାମିଲ ଥିଲେ ।