Sunday , May 28 2023
Breaking News
Home / ବିଶେଷ / ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଟାଙ୍ଗି, ୦୫ /୧୧/୨୦୨୨(ଓଡ଼ିଶା ସମାଚାର)- (ଓଡିଶା ସମାଚାର/ଦୀପକ ପ୍ରଧାନ) : ଟାଙ୍ଗି ବ୍ଳକ ପରିସରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ  ଖୋର୍ଦ୍ଧା  ଵିଧାୟକ ଯୋତିରିନ୍ଦ୍ରନାଥ ମିତ୍ର, ଟାଙ୍ଗୀ ବ୍ଲକ ଵିଡିଓ ଐଶ୍ଚର୍ଯ୍ୟା ସାମନ୍ତରାୟ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସମା ମାନ୍ଧାତା  ଉପସ୍ଥିତ ରହି  ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୁ ପରିଚାଳନା କରିବା ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଟାଙ୍ଗି ବ୍ଳକର ପ୍ରାୟ ୨୬ଟି ପଞ୍ଚାୟତ ରେ ଥିବା ଭିନ୍ନକ୍ଷମ ମାନଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ଵାରା ପରୀକ୍ଷା ନିରିକ୍ଷା କରାଯାଇଥିଲା। ଭିନ୍ନକ୍ଷମମାନଙ୍କ ନାସା,ଗଳା,ଆଖି କାନ,  ବିଶେଷଜ୍ଞମାନଙ୍କ   ମାଧ୍ୟମରେ ପରିକ୍ଷା ନିରିକ୍ଷା କରି ରେଜିଷ୍ଟ୍ରେସନ କରାଯାଇଥିଲା  ଯେଉଁ ମାନେ ଚାଲିବା ପାଇଁ ଅସମର୍ଥ  ସେମାନଙ୍କୁ ତିନି ଚକିଆ ସାଇକେଲ  ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୫୦୦ ରୁ ଅଧିକ ଭିନ୍ନକ୍ଷମ ଏହି ଶିବିରରେ ଯୋଗ ଦେଇଥିଲେ।

Leave a Reply

Your email address will not be published.