ଗରଦପୁର, ୦୫/୧୧/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତସ୍ଥିତ ଭାତପଡ଼ା ଗ୍ରାମରେ ନବ ନିର୍ମତ ଡ଼୍ରେନ୍ ଆଜି ଉଦଘାଟିତ ହୋଇଯାଇଛି ।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ବିଡ଼ିଓ ଧର୍ମ ରଂଜନ ପଣ୍ଡା ଓ ସ୍ଥାନୀୟ ସରପଂଚ ଅନୁସୟା ବେହେରା ପ୍ରମୁଖ ଯୋଗଦେଇ ଡ଼୍ରେନ୍ କୁ ଉଦଘାଟନ କରିବା ସହିତ ଏହା ଦ୍ୱାରା ଗ୍ରାମରେ ସ୍ୱଛତା ବଜାୟ ରହିବାରେ ଏହା ଗ୍ରାମବାସୀଙ୍କୁ ସାହାଯ୍ୟ କରିବ ବୋଲି ଅତିଥି ମାନେ କହିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ଦିଲିପ କୁମାର ସେଠୀ, ଗଙ୍ଗାଧର ମିଶ୍ର, ଶୈଳେନ୍ଦ୍ର ମହାନ୍ତି , ରମାକାନ୍ତ ବେହେରା , ପ୍ରତାପ ସ୍ୱାଇଁ , ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।