Monday , June 5 2023
Breaking News
Home / ବିଶେଷ / ବାଲିଗୁଡା ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ 

ବାଲିଗୁଡା ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ 

ବାଲିଗୁଡା, ୦୫ /୧୧/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ କନ୍ଧମାଳ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବାଲିଗୁଡା ବ୍ଲକ କାର୍ଯାଳୟର ସଭାଗୃହ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡା ବ୍ଲକର ଚଉଦ ଗୋଟି ଗ୍ରାମ ପଞ୍ଚାୟତ ଏବଂ ବାଲିଗୁଡା ଏନଏସି ରୁ ୧୪୬ ଜଣ କଳାକାର ସହାୟତା ଯୋଜନା ପାଇଁ ଆବେଦନ କରିଥିବା ବେଳେ ୯୫ ଜଣ କଳାକାର ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ ।ଏଥିରେ ବିଚାରକ ଭାବେ ବରିଷ୍ଠ କଳାକାର ରଂଜିତ ମୁଖି, କୁଇ ସଂସ୍କୃତି ଗବେଷକ ତଥା ପ୍ରବଚକ ବିଜେନ୍ଦ୍ର ପ୍ରଧାନ ଏବଂ ଲୋକକଳା ଗବେଷକ ମହେଶ୍ୱର ପ୍ରଧାନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published.