Sunday , May 28 2023
Breaking News
Home / ଶିକ୍ଷା / ବାର୍ଷିକ ପ୍ରଶ୍ନମଂଚ -୨୦୨୨ ଉଦଯାପିତ

ବାର୍ଷିକ ପ୍ରଶ୍ନମଂଚ -୨୦୨୨ ଉଦଯାପିତ

ନିରାକାରପୁର ୦୫/୧୧/୨୦୨୨(ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାର ପରିସରରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ପ୍ରଶ୍ନମଂଚ ପ୍ରତିଯୋଗିତା ଦୁଇ ଦିନଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମକୁ ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ, ସାଧାରଣଜ୍ଞାନ ଓ ବୌଦ୍ଧିକ ବିକାଶ ପାଇଁ ଏହି ଭଳି କାର୍ଯ୍ୟକ୍ରମର ନିତ୍ୟାନ୍ତ ଆବଶ୍ୟକ ଏବଂ ଏହାକୁ ସଫଳ କରିବାରେ ଗୁରୁଜୀଗୁରୁମାଙ୍କ ଅବଦାନ ପ୍ରଶଂସନୀୟ ଥିଲା ବୋଲି ସମ୍ପାଦକ ମତ ଦେଇଥିଲେ । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଫଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାମନ୍ଦିରର ପ୍ରାତଃ ଓ ଦିବସ ପର୍ଯ୍ୟାୟର ମୋଟ ୯୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ଉପକନିଷ୍ଠ ବିଭାଗର ପ୍ରଥମ ସ୍ଥାନ ଅବିନାଶ ବଳିୟାରସିଂହ, ସ୍ମୃତିପ୍ରଜ୍ଞା ନାୟକ, ସୋନାଲି ସାହୁ, ଦ୍ୱିତୀୟ ସ୍ଥାନ – ସମ୍ପର୍ଣ୍ଣା ରାଜନନ୍ଦିନୀ , ଓମ୍ ପ୍ରଭା ନାୟକ , ଜ୍ୟୋତିସ୍ମିତା ପ୍ରଧାନ ତୃତୀୟ ସ୍ଥାନ ସାଇ ପ୍ରତ୍ୟୁଷ ସାହୁ , ଲକ୍ଷ୍ମୀରଞ୍ଜନ ସାମନ୍ତ, ସ୍ୱୟଂ ଶାସ୍ତ୍ରୀ ଦାଶ କନିଷ୍ଠ ବିଭାଗର ପ୍ରଥମ ସ୍ଥାନ ଅନନ୍ୟା ପ୍ରଧାନ, ଶୁଭଲକ୍ଷ୍ମୀ ବଳିୟାରସିଂହ,ପ୍ରତ୍ୟୁଷା ପ୍ରିୟଦର୍ଶିନୀ ଦ୍ୱିତୀୟ ସ୍ଥାନ ଏସ୍.ଆର. ଶୁଭ୍ରାଂଶୁ ନାୟକ , ଅଗ୍ନିବେଶ ମହାନ୍ତି, ସ୍ୱୟଂପ୍ରଭା ଜେନା ତୃତୀୟ ସ୍ଥାନ ସ୍ୱୟଂଶ୍ରୀ ସାମନ୍ତରାୟ, ଆୟୁଷ୍ମାନ ସାମନ୍ତରାୟ, ସତ୍ୟଜିତ୍ ମହାପାତ୍ର, ଉପବରିଷ୍ଠ ବିଭାଗର ପ୍ରଥମ ସ୍ଥାନ ସ୍ମୃତିରେଖା ସାହୁ, ସ୍ୱାଭିମାନ ବଳିୟାରସିଂହ,ଅର୍ପିତା ଜେନା ଦ୍ୱିତୀୟ ସ୍ଥାନ ଇସାନ ସୁବୁଦ୍ଧି , ଦୀକ୍ଷିତା ସାମନ୍ତ, ଶିଶିର ମହାପାତ୍ର ତୃତୀୟ ସ୍ଥାନ ସାଇ ଗୈାରବ, ପ୍ରିୟଙ୍କା ମହାପାତ୍ର , ରିଦିମ୍ ରିୟା ଚମ୍ପତି ବରିଷ୍ଠ ବିଭାଗର ପ୍ରଥମ ସ୍ଥାନ ସିଦ୍ଧେଶ୍ୱର ବରାଳ, ଆଶୀର୍ବାଦ ମିଶ୍ର , ଜନ୍ମେଜୟ ଜଗଦ୍ଧେବ ଦ୍ୱିତୀୟ ସ୍ଥାନ ଦିନେଶ ମଙ୍ଗରାଜ, ବିଶ୍ୱଜିତ ମିଶ୍ର, ସ୍ୱାତୀ ନିଶଙ୍କ ତୃତୀୟ ସ୍ଥାନ ଆଶୁତୋଷ ପଣ୍ଡା, ସସ୍ମିତା ମହାରଣା ସ୍ମୃତିରେଖା ସାହୁ ଅଧିକାର କରିଛନ୍ତି । ପ୍ରତିଯୋଗିତାରେ ହୋଇଥିବା ଅଡିଓ ଭିଡିଓ ରାଉଣ୍ଡର ସମସ୍ତ ପ୍ରସ୍ତୁତି ଦାୟିତ୍ୱ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ନିହାର ରଂଜନ ସାମନ୍ତସିଂହାର ଓ ଆଚାର୍ଯ୍ୟ ପବିତ୍ର କୁମାର ରାଉତରାୟ ନେଇଥିଲେ । ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଅଶୋକ କୁମାର ସେଠୀ , ବିନୋଦ ବିହାରୀ ସେଠୀ , ସୁମନ୍ତ କୁମାର ଭଡ ମଂଚ ପରିଚାଳନା କରିଥିଲେ । ସମସ୍ତ ବିଭାଗର ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା , ତତ୍ ସହିତ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ସଫଳ ପ୍ରତିଯୋଗୀମାନଙ୍କ ଦାୟିତ୍ୱରେ ଥିବା ଗୁରୁଜୀ ଗୁରୁମାଙ୍କୁ ମଧ୍ୟ ସଂବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତପ୍ରଭା ଗୁରୁମା , ଜିତେନ୍ଦ୍ର ଗୁରୁଜୀ , ବିନୋଦ କୁମାର ବାରିକ ଗୁରୁଜୀ , ରୀନା ଗୁରୁମା , ସର୍ବେଶ୍ୱର ଗୁରୁଜୀ ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published.