ଜୁନାଗଡ଼ ,୦୫/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ଗ୍ରାମ ପଂଚାୟତ ର ଆଟିଗାଁ, କାନ୍ଦୁଲଗୁଡା, ମିଚାଗାଁ ଓ ବାଗଡୁଙ୍ଗରି ଗ୍ରାମ ର ୧୭୦ ଜଣ ଚାଷୀ ଙ୍କ ନାମରେ ଭାଗ ଚାଷୀ ଦର୍ଶାଇ ଅସାଧୁ ବ୍ୟକ୍ତି ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ମିଳୁଥିବା ବୀମା ରାଶି ହାତେଇବା ପାଇଁ ଉଦ୍ୟମ କରିଥିବା ଓ ଏହା ଏବେ ଲୋକ ଲୋଚନ କୁ ଆସିଥିବା ରୁ ଏହା ଚର୍ଚ୍ଚା ର ବିଷୟ ସାଜିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ କଲାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ର ଆଟିଗାଁ ଗ୍ରାମ ପଂଚାୟତ ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ୨୦୨୧/୨୨ ଆର୍ଥିକ ବର୍ଷ ରେ ପ୍ରକୃତ ଚାଷୀ ଫସଲ ବୀମା କରିନଥିବା ବେଳେ ପ୍ରକୃତ ଚାଷୀ ଙ୍କ ଜମି କୁ ଭାଗଚାଶ କରୁଥିବା ଦର୍ଶାଇ କିଛି ଅସାଧୁ ବ୍ୟକ୍ତି ମାନେ ଅନ ଲାଇନ ରେ ଆବେଦନ କରିଥିଲେ । ହେଲେ ଏହି ଆବେଦନ କୁ ଜୁନାଗଡ଼ କୃଷି ବିଭାଗ ଦ୍ୱାରା ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଦେଖିବାକୁ ମିଳିଥିଲା ଯେ ଅନେକ ଙ୍କ ଡକ୍ୟୁମେଣ୍ଟ ରେ ତାଳମେଳ ଖାଉନାହିଁ । ଯେଉଁ ମାନେ ଭାଗ ଚାଷୀ ବୋଲି ଦର୍ଶାଇଛନ୍ତି ସେମାନେ ଭାଗ ଚାଷୀ ଫର୍ମ ମଧ୍ୟ୍ୟ ପୂରଣ କରିନାହାନ୍ତି ଫଳରେ କୃଷି ବିଭାଗ ତରଫରୁ ଡକ୍ୟୁମେଣ୍ଟ ଠିକ ନ ଥିବା ଏକ ତାଲିକା ବାହାରି ଥିଲା । ସେହି ତାଲିକା ରେ ଆଟିଗାଁ ର ୭୪ ଜଣ, କାନ୍ଦୁଲଗୁଡା ର ୪୯ ଜଣ, ମିଚାଗାଁ ର ୮ ଜଣ ବାଗଡୁଙ୍ଗରି ଗ୍ରାମ ର ୩୯ ଜଣ ଚାଷୀ ଙ୍କ ତାଲିକା ବାହାରିବା ପରେ ପ୍ରକୃତ ଚାଷୀ ମାନେ ଜାଣିବାକୁ ପାଇଲେ ଯେ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିନଥିବା ସତ୍ବେ ସେମାନଙ୍କ ନାମ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କେମିତି ହେଲା । ସମ୍ପୃକ୍ତ ଚାଷୀ ମାନେ ଶେଷରେ ଜୁନାଗଡ଼ ସ୍ଥିତ କୃଷି କାର୍ୟ୍ୟାଳୟ କୁ ମଙ୍ଗଳବାର ଦିନ ଯାଇ କେହି ଅନ୍ୟ ଅସାଧୁ ବ୍ୟକ୍ତି ଏହି ପ୍ରକାର ଚଞ୍ଚକତା କରିଥିବା ଜଣେଇବା ସହ ଏହାର ତଦନ୍ତ କରିବା ସହ ଚଞ୍ଚକତା କରିଥିବା ଦୋଷୀ କୁ ଧରିବା ପାଇଁ ଜୁନାଗଡ଼ ପୋଲିସ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚାଯୋଗ୍ୟ ଯେ ଏହିଭଳି ଚଞ୍ଚକତା କରି ପୂର୍ଵ ବର୍ଷ ମାନଙ୍କ ରେ ମଧ୍ୟ ଫସଲ ବୀମା ଯୋଜନା ଅର୍ଥ ଉଠେଇ ଥିବା ଅଭିଯୋଗ ହେଉଛି । ଏଥିରେ କିଛି ସରକାରୀ ଚାକିରୀ କରୁଥିବା ବ୍ୟକ୍ତି ବିଶେଷ ସଂଶ୍ଲିଷ ଥିବା ଅଭିଯୋଗ ହେଉଛି ଏଣୁ ଏହା ଉପରେ ଜ଼ିଲ୍ଲା ପ୍ରଶାସନ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି ।