Sunday , May 28 2023
Breaking News
Home / ବିଶେଷ / ନିରାକାରପୁର ରାମଚରିତ ମାନସର ପୂର୍ଣ୍ଣାହୁତି ସମ୍ପନ୍ନ

ନିରାକାରପୁର ରାମଚରିତ ମାନସର ପୂର୍ଣ୍ଣାହୁତି ସମ୍ପନ୍ନ

ନିରାକାରପୁର, ୦୫ /୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାମଦୟା ପରିଷଦ ପକ୍ଷରୁ ଚାଲିଥିବା ରାମ ଚରିତ ମାନସ ନବାହ୍ନ ପାରାୟଣର ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଯଜ୍ଞ ମଣ୍ଡପରେ ଶହଶହ ଭକ୍ତ ଉପସ୍ଥିତ ରହି ଭୋଗ ଲାଗି କରିବା ସହ ଯଜ୍ଞ କୁଣ୍ଡରେ ବହୁ ସଂଖ୍ୟକ ନଡ଼ିଆ ଆହୁତି ଦେଇଥିଲେ । ଭକ୍ତମାନେ ଠାକୁରଙ୍କ ଆର୍ଶିବାଦ ଲାଭ କରିବା ସହ ଠାକୁରଙ୍କ ଚରୁ ପାଇଥିଲେ ।ହରିବୋଲ, ହୁଳହୁଳି ,ଘଂଟାଘଂଟି  ଓ ମନ୍ତ୍ରପାଠରେ ଶଦ୍ଧରେ ଚତୁର୍ଦିଗ ପ୍ରକମ୍ପିତ ହୋଇଥିଲା ।ଏହି ରାମ ଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକମକୁ ରାମଦୟା ପରିଷଦର ସମସ୍ତ ସଭ୍ୟ ସୁଚାରୁରୂପେ ତୁଲାଇଥିଲେ । ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ୯ ଦିନ ବ୍ୟାପୀ ଅନୁଷ୍ଠିତ ନବାହ୍ନ ପାରାୟଣ ପ୍ରତ୍ୟହ ହୋମ,ଯଜ୍ଞ, ସୂର୍ଯ୍ୟପୂଜା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶାର ସୁନାମଧନ୍ୟ ପ୍ରବଚକମାନଙ୍କ ଦ୍ୱାରା ରାମକଥା ସମ୍ବନ୍ଧରେ ପ୍ରବଚନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପାଖାପାଖି ରାମଚରିତ ମାନସ ଅନୁଷ୍ଠିତ କରୁଥିବା ୯ଟି ଅନୁଷ୍ଠାନକୁ ସମ୍ବର୍ଦ୍ଧିିତ କରାଯାଇଥିଲା ।

Leave a Reply

Your email address will not be published.