ଭୁବନ ୦୫/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଗତ ୨ ତାରିଖ ଠାରୁ ଶ୍ରୀ ଶ୍ରୀ ଚୈତନ୍ୟ ଦେବାଶ୍ରିତ ଭକ୍ତ ବୃନ୍ଦ ଙ୍କ ଦ୍ୱାରା ଦ୍ୱାଦଶବାର୍ଷିକ ଚବିଶପ୍ରହର ନାମଯଜ୍ଞ ଓ ଆଜି ଠାରୁ ଆର୍ଯ୍ୟସମାଜ ତରଫରୁ ୩୧ ତମ ବାର୍ଷିକ ଅଥର୍ବବେଦ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଥିବାରୁ ମନ୍ଦିର ପରିସର ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ ଏବଂ ଓଁକାର ଧ୍ୱନି,ବେଦ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି । ପଂଚୁକ ଆରମ୍ଭରୁ ନାମଯଜ୍ଞ ଓ ମହାଯଜ୍ଞ ଅନୁଷ୍ଠିତ ହେଉଥିବାରୁ ହବିଷ୍ୟାଳିଙ୍କ ସମେତ ଶ୍ରଦ୍ଧାଳୁ ଙ୍କର ପ୍ରବଳ ଭିଡ ହେଉଛି । ବିଶ୍ୱଶାନ୍ତି ମହାଯଜ୍ଞ ସତସଙ୍ଗ ସମିତି,ଆର୍ଯ୍ୟ ସମାଜ ର କର୍ମକର୍ତା ଓ ମନ୍ଦିର ପରିଚାଳନା କମିଟି ର ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି । ଆସନ୍ତା ୮ ତାରିଖ ମଙ୍ଗଳବାର କାର୍ତିକପୂର୍ଣ୍ଣମୀ ଦିନ ଚନ୍ଦ୍ରଗ୍ରହଣ ହେଉଥିବା ଯୋଗୁ ୭ ତାରିଖ ସୋମବାର ଦିନ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ ।