Thursday , June 8 2023
Breaking News
Home / ବିଶେଷ / ହାଇକୋର୍ଟଙ୍କ ନିର୍ଦ୍ଦେଶ,ମଧୁମଞ୍ଚକୁ କଟକ ବାଲିଯାତ୍ରାରେ ପ୍ଲଟ୍ ଆଵଣ୍ଟନ କର

ହାଇକୋର୍ଟଙ୍କ ନିର୍ଦ୍ଦେଶ,ମଧୁମଞ୍ଚକୁ କଟକ ବାଲିଯାତ୍ରାରେ ପ୍ଲଟ୍ ଆଵଣ୍ଟନ କର

କଟକ ସଦର, ୦୪ /୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କୈ।ଣସି ଵ୍ୟଵସାୟୀକ ଉଦ୍ଦେଶ୍ୟ ନ ରଖି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମିତ୍ତ ଐତିହାସିକ କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରତିବର୍ଷ ଉତ୍କଳ ସମ୍ମିଳନୀ ମଧୁମଞ୍ଚ ପାଇଁ ମାଗଣାରେ ପ୍ଲଟ୍ ପ୍ରଦାନ କରାଯାଇଆସୁଥିଵା ଵେଳେ ଏଥର ଵିନା ଦେୟରେ ଆଵଣ୍ଟନ କରାନଯିବା ଜିଲ୍ଲା ପ୍ରଶାସନର ନିଷ୍ପତିକୁ ଚ୍ୟାଲେଞ୍ଜ କରି ସମ୍ମିଳନୀ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଥିଲା ଯେ ଯେମିତି ଏହା ଏକ ବ୍ୟବସାୟିକ ଷ୍ଟଲ୍ ଖୋଲା ଯିଵ। ସେଥିପାଇଁ ୨୫ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ହାଇକୋର୍ଟରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବ୍ୟକ୍ତିଗତ ଭାବେ ହାଜର ହୋଇ ପ୍ଲଟ୍ ଆଵଣ୍ଟନ ପ୍ରସଙ୍ଗରେ ତଥ୍ୟ ରଖିଥିଲେ। ମାମଲାର ବିଚାର କରି କେବଳ ୧ ହଜାର ଟଙ୍କା ପ୍ରତୀକାତ୍ମକ ଅର୍ଥ ରାଶି ଗ୍ରହଣ କରି ମଧୁମଞ୍ଚକୁ ପ୍ଲଟ୍ ଦେଵାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Leave a Reply

Your email address will not be published.