Wednesday , May 31 2023
Home / କୃଷି / ମହିଳା ସ୍ୱୟଂ ସହାୟକ ଙ୍କ ମାଛ ପୋଖରୀ  କେନ୍ଦ୍ରାପଡ଼ା ଜିଲାପାଳ ବୁଲି ଦେଖିଲେ

ମହିଳା ସ୍ୱୟଂ ସହାୟକ ଙ୍କ ମାଛ ପୋଖରୀ  କେନ୍ଦ୍ରାପଡ଼ା ଜିଲାପାଳ ବୁଲି ଦେଖିଲେ

ଗରଦପୁର, ୦୪/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାପାଳ ଅମି୍ରିତ ଋତୁରାଜ ଗରଦପୁର ବ୍ଲକ୍ ଗସ୍ତ ରେ ଆସି ନଡ଼ିଆବରାଇ ପଂଚାୟତକୁ ଯାଇଥିଲେ । ନଡ଼ିଆବରାଇ ପଂଚାୟତରେ ସ୍ୱୟଂ ସହାୟିକା ମହିଳାମାନେ  ମାଛ ଚାଷ କରାଯାଇଥିବା ପୋଖରୀ ଗୁଡ଼ିକୁ ବୁଲି ଦେଖିଥିଲେ । ଉଲେଖନୀୟ ଏହିକି ନଡ଼ିଆବରାଇ ର ୯ ଗୋଟି ପଂଚାୟତ ପୋଖରୀକୁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ପଂଚାୟତରୁ ୫ ବର୍ଷିଆ ସରକାରୀ ପୋଖରୀ ନିଲାମ ନେଇଛନ୍ତି । ସେଥିରେ ବିଭିନ୍ନ କିଶମର ମାଛ ଚାଷ କରାଯାଇଛି । ପୋଖରୀ ସଫା କରି ଜଳ ବିଶୋଧନ କରିବା ସହ ସେଥିରେ ମାଛ ଯାଆଁଳ ଛଡ଼ା ଯାଇଛି । ସେଥିରେ ବ୍ୟାଙ୍କ ଓ ବ୍ଲକ୍ ପ୍ରଶାସନ ସହାୟତା ଯୋଗାଇ ଦେଇଛନ୍ତି ।  ଗ୍ରାମୀଣ ମହିଳାମାନେ ନିଜକୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଉତ୍ସାହ ଓ ଆଗ୍ରହ ସହ ମାଛ ଚାଷ କରୁଛନ୍ତି । ଏଠାରେ ପ୍ରକାଶ ଥାଉକି କିଛି ମାସ ପୂର୍ବରୁ ଜିଲାପାଳ ନଡ଼ିଆବରାଇ ପଂଚାୟତକୁ ଗସ୍ତରେ ଆସିଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠିର ମା ମାନଙ୍କ ସହିତ ଆଲୋଚନା ପ୍ରସଙ୍ଗରେ ମିଶନ ଶକ୍ତିର ବିଭିନ୍ନ ଯୋଜନାକୁ ମା ମାନେ କାର୍ଯ୍ୟକାରୀ କରି ସଶକ୍ତ ହେବାକୁ ପରାମର୍ଶ ଦେଇ ଯାଇଥିଲେ । ଜିଲାପାଳ ଶ୍ରୀ ଋତୁରାଜ ଙ୍କ ସହିତ ବ୍ଲକ୍ ବିଡ଼ିଓ ଧର୍ମ ରଂଜନ ପଣ୍ଡା , ବ୍ଲକ୍ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.