Wednesday , May 31 2023
Home / ବିଶେଷ / ମହାନ୍ ଶିକ୍ଷାବିତ୍ ହରିହର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ମହାନ୍ ଶିକ୍ଷାବିତ୍ ହରିହର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୦୪/୧୧/୨୦୨୨(ଓଡ଼ିଶା ସମାଚାର)-ପ୍ରାକ୍ତନ ଶିକ୍ଷକ, ବିଦ୍ୟାର୍ଥୀମାନଙ୍କ ପଥ ପ୍ରଦର୍ଶକ, ସମାଜସେବୀ ତଥା ମହାନ୍ ଶିକ୍ଷାବତ୍ ସ୍ୱର୍ଗତ ହରିହରି ପ୍ରଧାନଙ୍କ ଏକାଦଶତମ ସ୍ମୃତିଚାରଣ ସଭା ବ୍ରହ୍ମେଶ୍ୱର ପାଟଣାଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତି୍ରପାଠୀ, ମନୋଜ ପ୍ରଧାନ, ସୁକାନ୍ତି ପଣ୍ଡା, କବିତା, ସୂର୍ଯ୍ୟନାରାୟଣ ଉପସ୍ଥିତ ରହିବା ସହିତ ସ୍ୱର୍ଗତ ପ୍ରଧାନ ଜଣେ ଆଦର୍ଶ ଶିକ୍ଷାବିତ୍ ଭାବେ ଚିର ସ୍ମରଣୀୟ ରହିବେ ବୋଲି ମତ ବ୍ୟକ୍ତ କରିଥିଲେ । ତାଙ୍କ ଶିକ୍ଷକ ଜୀବନ, ସମାଜସେବା ଚିର ସ୍ମରଣୀୟ ହୋଇ ରହିବ ବୋଲି ସ୍ମୃତି ସଭାରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିବକ୍ତା ଅମୀୟ ଭୂଷଣ ଦାଶ, ସବିତା ଜେନା, ରାଜେଶ ସାମନ୍ତରାୟ, ମନୋରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସୁଧୀର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ବୋଲି ମୁଖପାତ୍ର ଅରବିନ୍ଦ ତି୍ରପାଠୀ ଜଣାଇଛନ୍ତି ।

Leave a Reply

Your email address will not be published.