ଖୋର୍ଦ୍ଧା, ୪/୧୧/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ): ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ୧୬ ନଂ ଜାତୀୟ ରାଜପଥ ଠାରୁ ପରୀ ଚନ୍ଦନପୁର ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ଘୋଷଣା କରି ନମ୍ବର ପ୍ରଦାନ ଓ ନିରାକାରପୁର ଲେବୁଲ କ୍ରସିଂ ଠାରେ ଫ୍ଲାଏ ଓଭର କାର୍ୟ୍ୟ ଶୀଘ୍ର କରିବା ପାଇଁ ଏକ ଦାବିପତ୍ର ଭୁବନେଶ୍ୱର ସାଂସଦଙ୍କୁ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ସଂଧ୍ୟା ରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ରାମଦୟା ପରିଷଦର ୪୦ ତମ ବାର୍ଷିକ ଅଧିବେଶନ କୁ ଅତିଥି ଭାବେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ନିରାକାରପୁର କଲେଜ ଛକ ସ୍ଥିତ ସାମ୍ବାଦିକ କାର୍ୟାଳୟ ଠାରେ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ସାସଂଦଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିରାକାରପୁର ଠାରେ ଥିବା ରେଲଓ୍ବେ ଲେବୁଲ କ୍ରସିଂ ଉପରେ ଶୀଘ୍ର ଫ୍ଲାଏ ଓଭର କାର୍ୟ୍ୟ ଆରମ୍ଭ କରିବା ଓ ରାମେଶ୍ଵର ଠାରୁ ଚନ୍ଦନପୁର ନୂଆ ଜଗନ୍ନାଥ ସଡକର ଜାତୀୟ ରାଜପଥ ନମ୍ବର ପ୍ରଦାନ ଉପରେ ଦାବିପତ୍ର ପ୍ରଦାନ କରାଯାଇଥିଲା।ଅନୁରୂପ ଭାବେ ସହଯୋଗ ପରିବାର ଓ ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ଆଉ ଦୁଇଟି ଦାବିପତ୍ର ସାସଂଦ କୁ ଦିଆଯାଇଥିଲା। ରାମଦୟା ପରିଷଦ ଠାରେ ୪୦ ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିଶୀଘ୍ର ଏହି ଦୁଇଟି ଦାବି କାର୍ୟ୍ୟକାରୀ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ପୂର୍ବତନ ସଭାପତି ନିକୁଞ୍ଜ ପଟନାୟକ ଓ ବିଜେପି କର୍ମକାର୍ତାଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।