କଟକ ସଦର, ୦୪ /୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)-କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ଥିବା ଝୁଲା ପୋଲ ଅସୁରକ୍ଷିତ ଦର୍ଶାଇ ମହାକାର୍ତ୍ତିକର ମହାପଞ୍ଚୁକ ଓ ପବିତ୍ର ଵଡ ଓଷାର ଠିକ୍ ଆରମ୍ଭ ପୂର୍ବରୁ ୧୪୪ ଧାରା ଜାରି କରାଯାଇ ଭକ୍ତଙ୍କୁ ଯିଵା ଉପରେ ରୋକ୍ ଲଗାଯାଇଥିବାକୁ ଅସନ୍ତୋଷ ସହ ଵିଵାଦ ଵଢିଵାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଝୁଲାପୋଲ ନିକଟରେ ଏଲଇଡି ପରଦାରେ ଭର୍ଚୁଆଲ ଦର୍ଶନ,ମାଇକ୍ ଯୋଗେ ମନ୍ତ୍ରପାଠ ଶ୍ରଵଣ, ଅସ୍ଥାୟୀ ଶିଵ ଲିଙ୍ଗ ସ୍ଥାପନ ଓ ଠାକୁରଙ୍କ ଗଜଭୋଗ ଵିକ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା।ହେଲେ ଏହାର ପ୍ରତିବାଦ ହେଵାରୁ ଏଥିରେ ଅଳ୍ପ କିଛି ପରିବର୍ତ୍ତନ ହୋଇଛି।ଗଜଭୋଗ ଵାହାରେ ବିକ୍ରି କରାଯିବ ନାହିଁ।ଜଜମାନଙ୍କ ଜରିଆରେ ଶ୍ରଦ୍ଧାଳୁମାନେ ଗଜଭୋଗ ଗ୍ରହଣ କରିଵେ। ଏହାଛଡା ଵାହାରେ ଅସ୍ଥାୟୀ ଶିବଲିଙ୍ଗ ପ୍ରତିଷ୍ଠା କରି ପୂଜା କରିଵାକୁ ମନା କରିଵା ଫଳରେ ଆଉ ଶିବଲିଙ୍ଗ ସ୍ଥାପନ ହେବନାହିଁ। ଅନ୍ୟପକ୍ଷରେ ଝୁଲାପୋଲ ନିକଟରେ ଲାଗିଥିବା ଏଲଇଡି ଟିଭି ସ୍କ୍ରିନକୁ ସ୍ଥାନାନ୍ତରିତ କରାଯାଇ ପାଇକରାପୁର ଛକ ଅର୍ଥାତ୍ ଧବଳେଶ୍ଵରଙ୍କ ମୂଖ୍ୟ ପ୍ରବେଶ ପଥରେ ଲଗାଯିଵ। ସେହିପରି ଶ୍ରଦ୍ଧାଳୁମାନେ ମନ୍ଦିରକୁ ନ ଆସିବା ଯୋଗୁ କରୋନା ପାଇଁ ଦୁଇ ଵର୍ଷ ସହିତ ଚଳିତ ଝୁଲାପୋଲ ସମସ୍ୟା ପୂଜକମାନଙ୍କ ଆର୍ଥିକ ପରିସ୍ଥିତି ଦୂର୍ଵଳ ହୋଇଛି।ଏହାକୁ ଦୃଷ୍ଟିରେ ରଖି ଦେବୋତ୍ତର ଆୟୁକ୍ତଙ୍କ ଦ୍ୱାରା ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଛି।ସଵୁ ସତ୍ୱେ କ୍ଷତିଗ୍ରସ୍ତ ହେଵାକୁ ଯାଉଥିବା ଵ୍ୟଵସାୟୀଙ୍କ ପାଇଁ କିଛି ନିଷ୍ପତ୍ତି ନ ନିଆ ଯାଇଥିଵାରୁ ଅସନ୍ତୋଷ ଦେଖାଦେଇଛି।ଏଥିରେ ଗୋଟିଏ କଥା ଶୁଣାଯାଉଛି ଯେ ଭିତରେ ଠାକୁର,ଦୂରରେ ଶ୍ରଦ୍ଧାଳୁ, ଭର୍ଚୁଆଲରେ ଦର୍ଶନ,ମାଇକ୍ ଯୋଗେ ମନ୍ତ୍ରପାଠ ଶ୍ରଵଣ।