Wednesday , May 31 2023
Breaking News
Home / ବିଶେଷ / ଦୁଇ ଦିନିଆ ଓଡ଼ିଶା ଗସ୍ତ ରେ ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ –

ଦୁଇ ଦିନିଆ ଓଡ଼ିଶା ଗସ୍ତ ରେ ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ –

  ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଅବଢ଼ା ଖାଇବେ
ପୁରୀ ୦୪/୧୧/୨୦୨୨(ଓଡ଼ିଶା ସମାଚାର)-ଆସନ୍ତା ୧୦ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଆଲୋଚନା ହୋଇଛି ।
ଦୁଇ ଦିନିଆ ଓଡ଼ିଶା ଗସ୍ତ ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଷ୍ଟ୍ରପତି ପଦରେ ନିଯୁକ୍ତ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିଜ ସ୍କୁଲ ଓ ହଷ୍ଟେଲ ବୁଲିବେ । ନିଜର ପୁରୁଣା ସ୍ମୃତି ସହ ୧୦ ମିନିଟ ବିତାଇବେ । କେବଳ ପୁରୁଣା ଛାତ୍ରୀ ନୁହେଁ ସ୍କୁଲ ଆଲୁମିନି ଭାବେ ସ୍କୁଲ କଥା ବି ବୁଝିବେ । ଯାହାକୁ ନେଇ ସ୍କୁଲରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ସମସ୍ତେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି । ୧୦ ଓ ୧୧ ତାରିଖ ଦୁଇ ଦିନ ଅନେକ କାର୍ୟ୍ୟକ୍ରମରେ ସାମିଲ ହେବେ । ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଅବଢ଼ା ଖାଇବେ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରାଷ୍ଟ୍ରପତି ୧୦ ତାରିଖ ଅପରାହ୍ଣ ୧୨ ଟାରୁ ୧ ଟା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ପୂର୍ବାହ୍ଣ ୧୦ଟା ୩୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.