Thursday , June 1 2023
Breaking News
Home / ଶିକ୍ଷା / ଗରଦପୁର ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି      

ଗରଦପୁର ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି      

ଗରଦପୁର, ୦୪/୧୧/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପାଟକୁରା ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ  ଗରଦପୁର ବ୍ଲକ୍ ବିଡିଓ ଧର୍ମ ରଞ୍ଜନ ପଣ୍ଡା ଯୋଗଦେଇ ଉତ୍ସବ କୁ ଉଦ୍ଘାଟନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଗତିକୃଷ୍ଣ ଦାସ, ମନୋରଂଜନ ପଟ୍ଟନାୟକ, ବଳଦେବ ପ୍ରସାଦ ଉପାଧ୍ୟାୟ  ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀମାନେ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଗରଦପୁର ବ୍ଲକ୍ ର ୧୨୨ ଗୋଟି ବିଦ୍ୟାଳୟରୁ ୧୮ ଟି ପ୍ରତିଯୋଗୀତାରେ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ସମ୍ମାନୀୟ ଅତିଥି ଭାବେ ସରପଂଚ ଗୀତାଂଜଳି ମହାନ୍ତି, ସମିତି ସଭ୍ୟ ରାକେଶ କୁମାର ମହାପାତ୍ର , ମୋ ସ୍କୁଲ ଅଭିଯାନ ସଭାପତି ରମେଶ ଚନ୍ଦ୍ର ସାମନ୍ତସିଂହାର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୪ର୍ଥ ରୁ ୭ମ ଜୁନିଅର ଗୃପ୍ ରେ କୃତୀ ପ୍ରତିଭା ରାଜଶ୍ରୀ ମହାରଣା , ସାଗରୀକା ଜେନା, ସ୍ୱଦେଶ ଜେନା , ପୁଲସ୍ତି ବେହେରା , ରାନିଶା ମହାରାଜ , ଓମ ପ୍ରକାଶ ଓଝା , ଆଦ୍ୟା ମହାରଣା , ରତିକାନ୍ତ ବେହେରା  ଓ ୮ମ ରୁ ୧୦ମ ସିନିଅର ଗୃପ ପ୍ରତିଯୋଗୀତାରେ କୃତୀ ପ୍ରତିଭା ଭାଗ୍ୟଲକ୍ଷ୍ମୀ ସାହୁ, ଋତୁପର୍ଣ୍ଣା ମହାନ୍ତି , ସୌଦାମିନୀ ଦାସ, ଅନିମେଶ ସାହୁ, ଅର୍ପିତା ସାମଲ, ସୁଭଶ୍ରୀ ନନ୍ଦୀ, ସମିତା ଦାସ, ଭାଗ୍ୟଶ୍ରୀ ମହାପାତ୍ର ପ୍ରମୁଖ ୧ମ ସ୍ଥାନ ଅଧିକାର କରି ଜିଲା ସ୍ତରକୁ ମନୋନୀତ ହୋଇଥିଲେ ।

Leave a Reply

Your email address will not be published.