Wednesday , May 31 2023
Home / ବିଶେଷ / ଅଭିଯୋଗ ପରେ ପଶୁ ଚିକିତ୍ସା ଅଧିକାରୀ ଙ୍କ କାଶିପୁର ରେ କ୍ୟାମ୍ପ: ଚିକିତ୍ସିତ ହେଲେ ଏକଢି ଛେଳି

ଅଭିଯୋଗ ପରେ ପଶୁ ଚିକିତ୍ସା ଅଧିକାରୀ ଙ୍କ କାଶିପୁର ରେ କ୍ୟାମ୍ପ: ଚିକିତ୍ସିତ ହେଲେ ଏକଢି ଛେଳି

ନିରାକାରପୁର, ୦୪/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତ କାଶିପୁର ଗ୍ରାମରେ ଅଜଣା ରୋଗରେ କିଛି ଲୋକଙ୍କର ଗୄହ ପାଳିତ ପଶୁ ଛେଳି ଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ପରେ ଆଜି କାଶିପୁର ଗ୍ରାମରେ ଏକ କ୍ୟାମ୍ପ କରାଯାଇ ରୋଗାକ୍ରାନ୍ତ ଛେଳିଙ୍କ ସମେତ ଅନ୍ୟ କିଛି ଛେଳି ଙ୍କୁ ରୋଗ ପ୍ରତିଷେଧକ ଟୀକା ଦିଆଯାଇଛି। ଏହି କ୍ୟାମ୍ପରେ ନିରାକାରପୁର ପଶୁ ଚିକିତ୍ସା ଅଧିକାରୀ ପ୍ରିୟଙ୍କା ପ୍ରିୟମ୍ବଦା ପ୍ରିୟଦର୍ଶିନୀ, ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିର ପଶୁ ଚିକିତ୍ସା ଅଧିକାରୀ ଦିପ୍ତିମୟୀ ପଟ୍ଟନାୟକ ଓ କର୍ମଚାରୀମାନେ ପ୍ରମୁଖ ଛେଳି ମାନଙ୍କୁ ଚିକିତ୍ସା କରିଥିଲେ। ସୂଚନା ଯୋଗ୍ୟ ଡିଆ ପଞ୍ଚାୟତ ବଡ଼ପାଟଣାର କିଛି ଲୋକଙ୍କ ଛେଳି ଝାଡ଼ା ହେବା ପରେ ମୃତ୍ୟୁ ବରଣ କରୁ ଥିଲେ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପଶୁ ଚିକିତ୍ସା ଅଧିକାରୀ ଏହାର କାରଣ ଓ ଏହାର ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଦାବି ହେଉଥିଲା।

Leave a Reply

Your email address will not be published.