Thursday , June 1 2023
Breaking News
Home / ବିଶେଷ / ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ୮ ତାରିଖରେ

ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ୮ ତାରିଖରେ

ଶୁଭ ଖୁଂଟି ପଡ଼ିଲା ରାମେଶ୍ୱର ତଳ ପାନ୍ଥିକାରେ
ନିରାକାରପୁର, ୦୩/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଜାତୀୟ ରାଜପଥ ୧୬ ନିକଟସ୍ଥ ମନ୍ଦାକିନୀ ନଦୀ କୂଳରେ ଚଳିତବର୍ଷ ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୮ ତାରିଖ ସକାଳ ୯ ଟା ସମୟରେ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ପୂର୍ବତନ ବିଧାୟକ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରାମେଶ୍ୱର ପାନ୍ଥିକାରେ ଅନୁଷ୍ଠିତ ହେବା ସହ ନିଷ୍ପତିି ଗ୍ରହଣ କରାଯାଇଛି । ଏହି ଅବସରରେ ଉତ୍ସବର ଶୁଭ ଖୁଂଟି ପାନ୍ଥିକା ପରିସରରେ ପଡ଼ିବା ସହ ପୂଜା ଅର୍ଚ୍ଚନା କରାଯାଇଥିଲା । ଏଥିରେ କମିଟିର ଉପସଭାପତି ଶ୍ରୀ ରଞ୍ଜିତ ଜଗଦ୍ଧେବ, ସାଧାରଣ ସଂପାଦକ ରମାକାନ୍ତ ମହାପାତ୍ର , ମୁଖ୍ୟ ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ, ସହ ସଂପାଦକ କୃଷ୍ଣଚନ୍ଦ୍ର ନରେନ୍ଦ୍ର , କୋଷାଧ୍ୟକ୍ଷ ବିଜୟ କୁମାର ରାଉରାୟ,କାର୍ଯ୍ୟକାରୀ ସଦସ୍ୟ ବିରେନ୍ଦ୍ର ପଟ୍ଟନାୟକ, ରାକେଶ ତ୍ରିପାଠୀ , ବିଜୟ କୁମାର ଦାସ, କୈଳାସ ଚନ୍ଦ୍ର ସାମନ୍ତସିଂହାର, କେଦାରଶ୍ୱର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.