Sunday , May 28 2023
Breaking News
Home / ବିଶେଷ / ବାଲିଯାତ୍ରା ମହୋତ୍ସବର ଗୋବରୀ ନଦୀର ଅସ୍ଥାୟୀ ପୋଲକୁ ପୁଲିସ ଭାଙ୍ଗିଦେଲା

ବାଲିଯାତ୍ରା ମହୋତ୍ସବର ଗୋବରୀ ନଦୀର ଅସ୍ଥାୟୀ ପୋଲକୁ ପୁଲିସ ଭାଙ୍ଗିଦେଲା

କେନ୍ଦ୍ରାପଡ଼ା, ୦୩/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମପଂଚାୟତର ସୁଜାନଗର ଗ୍ରାମର ଗୋବରୀ ନଦୀପଠାରେ ବାଲିଯାତ୍ରାର ଆୟୋଜନ ଚାଲିଛି । ଜିଲ୍ଲାପ୍ରଶାସନ ଏବଂ ଜଳସେଚନ ବିଭାଗର ବିନା ଅନୁମତିରେ ସେହି ମହୋତ୍ସବ ସ୍ଥଳକୁ ଯିବାପାଇଁ ମହୋତ୍ସବ କମିଟି ପକ୍ଷରୁ ଗୋବରୀ ନଦୀ ଉପରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା । ବାଉଁଶଖୁଂଟ ଉପରେ ପଟାପକାଯାଇ ଏହି ପୋଲ ନିର୍ମାଣ କରାଯାଇଥିଲା । ସେହି ପୋଲଟି ବିପଦଜନକ ଅବସ୍ଥାରେ ଥିବାରୁ ଏବଂ ଲୋକଙ୍କ ଭିଡଯୋଗୁ ଭାଙ୍ଗିଯିବାର ଆଶଙ୍କାକରି ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଉପଜିଲ୍ଲାପାଳ ସେହି ପୋଲକୁ ଭାଙ୍ଗିଦେବା ପାଇଁ କେନ୍ଦ୍ରାପଡା ଟାଉନ ଥାନା ପୋଲିସକୁ ନିର୍ଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ଠାରୁ ନିର୍ଦେଶ ପାଇବା ପରେ ପୋଲିସ ପକ୍ଷରୁ ଗୁରୁବାର ସଂଧ୍ୟାରେ ସେହି ପୋଲଟିକୁ ଭାଙ୍ଗିଦିଆଯିବା ସହିତ ପୋଲର ପଟାଗୁଡିକ ଜବତ କରାଯାଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ପୃଷ୍ଠପୋଷକତାରେ ସେହି ବାଲିଯାତ୍ରା ମହୋତ୍ସବ ଗୋବରୀ ନଦୀପଠାରେ ଅନୁଷ୍ଠିତ ହୋଇଆସୁଛି ।

Leave a Reply

Your email address will not be published.