Wednesday , May 31 2023
Home / ବିଶେଷ / ତହସିଲଦାର ଙ୍କ ଭୁବନ ମୋହ ଛାଡୁନି

ତହସିଲଦାର ଙ୍କ ଭୁବନ ମୋହ ଛାଡୁନି

ଭୁବନ ୦୩/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ତହସିଲଦାର ଡ.ରୋଜାଲିନ ବେହେରା ଏଠାରେ ଯୋଗଦେବା ପରଠାରୁ ତହସିଲରେ ଦୁର୍ନୀତି ,ଅନୀୟମିତତା ବୃଦ୍ଧି ପାଇବାରେ ଲାଗିଛି । ତହସିଲଦାର ଙ୍କ ରୁକ୍ଷ ବ୍ୟବହାର ଲୋକଙ୍କୁ ଆହୁରି କଷ୍ଟ ଦେଉଛି । ଏ ସଂପର୍କରେ ବାରମ୍ବାର ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହେବା ପରେ ଗତ ଅକ୍ଟୋବର ମାସରେ ଓଡିଶା ସରକାର ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଚିଠି ନଂ- ୧୯୮୩୧ ତା ୧୮.୧୦.୨୦୨୨ ରେ ବଦଳି ଆଦେଶ ବାହାରିଥିଲା । ଭୁବନ ତହସିଲଦାର ରୋଜାଲିନ ବେହେରା ଙ୍କର ସମ୍ବଲପୁର କୁ ବଦଳି ହୋଇଥିବା ବେଳେ କୋରକୁଣ୍ଡା ବିଡିଓ ଅଂଶୁମାନ ମହାପାତ୍ର ଭୁବନ ତହସିଲଦାର ଭାବେ ଯୋଗଦେବାକୁ ନିର୍ଦ୍ଧେଶ ଥିଲା । ଇତି ମଧ୍ୟରେ ଦୁଇ ସପ୍ତାହ ବିତିଯାଇଥିବା ବେଳେ ଭୁବନ ତହସିଲଦାର ଭୁବନ ଛାଡୁନାହାନ୍ତି । ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସାଧାରଣ ଜନତା ତ୍ରାହି ତ୍ରାହି ଡାକୁଛନ୍ତି । ଏ ସଂପର୍କରେ ଜିଲ୍ଲାପାଳ ଙ୍କୁ ପଚାରିବାରୁ ତହସିଲଦାରଙ୍କ ସ୍ଥାନରେ ଯିଏ ଆସିବା କଥା ସେ ଆସିନାହାନ୍ତି , ତେଣୁ ତହସିଲଦାର ମାଡାମ ଯାଇପାରୁନାହାନ୍ତି ବୋଲି ସଫେଇ ଦେଇଥିଲେ କିନ୍ତୁ ତହସିଲଦାର ଙ୍କ ର ଭୁବନ ମୋହ ଛାଡୁନି , ସେ ଏଠୁ ଯିବାକୁ ଚାହୁନାହାଁନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published.