ପୁରୀ ଜିଲ୍ଲାକୁ ରାଜ୍ୟ ସ୍ତରୀୟ ଜୁନିୟର ହକି ପ୍ରତିଯୋଗିତାରେ ୭ – ୦ ଗୋଲରେ ହରାଇଲା ଜଗତସିଂହପୁର ଜିଲ୍ଲା
ଜଗତସିଂହପୁର,୦୩ /୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱରର କିଟ ହକି ଷ୍ଟାଡିୟମରେ ଗତ ୨ ତାରିଖରୁ ହକି ଆସୋସିଏସନ ଓଡ଼ିଶା ଦ୍ୱାରା ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ତାର ପ୍ରଥମ ମ୍ୟାଚରେ ପୁରୀ ଜିଲ୍ଲାକୁ ୭-୦ ବ୍ୟବଧାନରେ ହରାଇଛି । ଜଗତସିଂହପୁରର ଏହି ହକି ଦଳର ସମସ୍ତ ଖେଳାଳୀ ଡି.ଏ.ଭି, ପି.ପି.ଏଲ ସ୍କୁଲର ଛାତ୍ରୀ ଅଟନ୍ତି । ପି.ପି.ଏଲ ପାରାଦ୍ୱୀପ ଦ୍ବାରା ପରିଚାଳିତ ଏହି ସ୍କୁଲର ହକି ଖେଳାଳୀ ମାନଙ୍କୁ ପି.ପି.ଏଲ ପାରାଦ୍ୱୀପ ତରଫରୁ ହକି ଖେଳର ଉପକରଣ,ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଛାତ୍ରୀ ମାନଙ୍କର ଏହି ଵିଜୟ ପରେ ପିପିଏଲର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଣବ ଭଟ୍ଟାଚାର୍ଯ୍ୟ ଓ ମୁଖ୍ୟ ମନବ ସମ୍ବଳ ଅଧିକାରୀ ଶ୍ରୀ ଜଗନ୍ନାଥ ଖୁଣ୍ଟିଆ ଖୁସିବ୍ୟକ୍ତ କରିବାସହିତ ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡିଏଭି ପିପିଏଲ ସ୍କୁଲର ଅଧକ୍ଷ ଶ୍ରୀ ସଞ୍ଜୀବ କୁମାର ସାହୁ ଓ ଡିଏଭି ଇଫକୋ ର ଅଧ୍ୟକ୍ଷ ତଥା କ୍ଲସଟର ମୁଖ୍ୟ ଶ୍ରୀ ବଳରାମ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାର କ୍ରୀଡ଼ା ଅଧିକାରୀ ଶ୍ରୀମତୀ ବିଶ୍ବବିଜୟିନୀ ନୟକ ଓ ଅନ୍ୟମାନେ ଏହି ହକି ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଜୁନିଅର ମହିଳା ହକି ଦଳରେ ପଶୁ ପୂଲେଟି ସାରୁନ ଗ୍ରେସ (ଅଧିନାୟକ), ଚିନ୍ମଇ ପ୍ରଧାନ (ଉପ ଅଧିନାୟକ) ଅର୍ପିତା ସ୍ଵାଇଁ, ଲିପ୍ଶା ସାମଲ,ସୁହାନି ରାଉତ,ଦିପନ୍ବିତା ସାହୁ,ସ୍ୱମ୍ୟାନଶୀ ରଥ,ସଞ୍ଚିତ। ସ୍ଵାଇଁ,ଅମରୀତା ସେଠି,ସ୍ମୃତି ସରଣ୍ୟା ଦାସ,କୀର୍ତିମୟୀ କଣ୍ଡ।କେଲ,ସବନମ ପରବିନ୍,ସୁର୍ଯ୍ୟସ୍ନତା ସ୍ୱାଇଁ,କଳ୍ପନା ବାରିକ,ଶୁଶ୍ରୀ ମନୀଷା ମହାପାତ୍ର ଓ ଶ୍ରୀ ଶାଶ୍ୱତ କୁମାର ଭାରତୀୟ ପ୍ରଶିକ୍ଷକ ଓ କୁମାରୀ ଦିପ୍ତୀରେଖା ଦାସ ମ୍ୟାନେଜର ଅଛନ୍ତି। ପୁରୀଦଳକୁ କୀର୍ତିମୟୀ କଣ୍ଡ।କେଲ ଓ ସବନମ ପରବିନ୍ ଉଭୟେ ତିନୋଟି ଗୋଲ ଓ ଚିନ୍ମଇ ପ୍ରଧାନ ଗୋଟିଏ ଗୋଲ କରିବାରେ ସଫଳ ହୋଇଥିଲେ।