Thursday , June 1 2023
Breaking News
Home / ବିଶେଷ / ଜଗତସିଂହପୁର ଜିଲ୍ଲାରେ ନଭେମ୍ବର ୧୯ ଓ ୨୫ ରେ ନିଯୁକ୍ତି ମେଳା

ଜଗତସିଂହପୁର ଜିଲ୍ଲାରେ ନଭେମ୍ବର ୧୯ ଓ ୨୫ ରେ ନିଯୁକ୍ତି ମେଳା

ଜଗତସିଂହପୁର ୦୩/୧୧/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ନଭେମ୍ବର୧୯ ଓ ୨୫ ତାରିଖରେ ନିଯୁକ୍ତି ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ କହିଲେ ନଭେମ୍ବର ୧୯ ତାରିଖରେ ପାରାଦ୍ୱୀପ ସରକାରୀ ଆଇ.ଟି.ଆଇ କ୍ୟାମ୍ପସ୍ ଠାରେ ଏବଂ ନଭେମ୍ବର ୨୫ ତାରିଖରେ ସାରଳା ମହାବିଦ୍ୟାଳୟ ରାହାମା ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ତଥା ଜିଲ୍ଲା ବାହାରୁ ୪୦ ଜଣ ବେସରକାରୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ତଥା ୧୦ଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରିବେ । ଏଥିପାଇଁ ୧୮ବର୍ଷରୁ ୩୦ ବର୍ଷ ମଧ୍ୟରେ ବେକାର ଯୁବକ ଯୁବତୀ ଅଂଶ ଗ୍ରହଣ କରିପାରିବେ । ୧୮ବର୍ଷରୁ ୩୦ ବର୍ଷ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ଥିବା ଛାତ୍ରଛାତ୍ରୀ,ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରି ନିଯୁକ୍ତି ସୁଯୋଗ ନିଅନ୍ତୁ । ମ୍ୟାନେଜର ପଦବୀ ନିମନ୍ତେ ସ୍ନାତକ ଡିଗ୍ରୀ ପାସ୍,ସେଲସ୍ ଏକଜିକୁ୍ୟଟିଭ ପାଇଁ ଦ୍ୱାଦଶ ଏବଂ ସ୍ନାତକ ପାସ,ମାର୍କେଟିଙ୍ଗ ଏକଜିକୁ୍ୟଟିଭ୍, କ୍ୟାଶିୟର,ସେଲସ୍ ଏକ୍ଜିକୁ୍ୟଟିଭ,ଫିଲଡ୍ ଅଫିସର ପଦବୀ ପାଇଁ ସ୍ନାତକ ଡିଗ୍ରୀଧାରୀ ପିଲାମାନେ ନିଯୁକ୍ତି ନିମନ୍ତେ ଅଂଶ ଗ୍ରହଣ କରିପାରିବେ । ଦ୍ୱାଦଶ ପାସ୍ ପିଲାମାନେ ପ୍ରୋଜେକ୍ଟ ଶକ୍ତି,ହୋମ୍ କେୟାର, ଟେଲିକଲର,ଅଫିସ ଆସିଷ୍ଟାଣ,ଡାଟା ଏଣି ଅପରେଟର ପଦବୀ ନିମନ୍ତେ ନିଯୁକ୍ତି ମେଳାରେ ଭାଗନେଇ ପାରିବେ । ଦଶମ ପାସ୍ ପିଲାମାନେ ସିକୁ୍ୟରିଟି ଗାର୍ଡ,ସିକୁ୍ୟରିଟି ସୁପରଭାଇଜର,ରିସେପସୋନିଷ୍ଟ କ୍ୟାସିୟର,ବିଲିଂ ଆସିଷ୍ଟାଣ, ସିଓିଙ୍ଗ ମେସିନ୍ ଅପରେଟର,୮ମ ପାସ୍ କରିଥିବା ପିଲାମାନେ ସିକୁ୍ୟରିଟି ଗାର୍ଡ,ପିକିଙ୍ଗ ଆଣ୍ଡ ପ୍ୟାକର୍ସ,ବେଡ୍ ସାଇଡ୍ ଅସିଷ୍ଟାଂଟ, ଜେରିଆଟ୍ରିକ୍ କେୟାର ଟେକର,ହୋମ୍ ହେଲ୍ଥ ଏଡ୍ ପଦବୀ ନିମନ୍ତେ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିପାରିବେ । ଜଗତସିଂହପୁର ଜିଲ୍ଲାର ବେକାର ଯୁବକ ଯୁବତୀ ମାନେ ଏହି ନିଯୁକ୍ତି ମେଳାରେ ବହୁ ସଂଖ୍ୟାରେ ଯୋଗଦାନ କରି ନିଯୁକ୍ତି ସୁଯୋଗ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ପାରାଦ୍ୱୀପର ବୃହତ୍ ଶିଳ୍ପ ସଂସ୍ଥାମାନେ ସେମାନଙ୍କର ଥାର୍ଡପାର୍ଟି,ମ୍ୟାନ୍ ପାୱାର କଂଟା୍ରକ୍ଟର,ସବ୍ କଂଟ୍ରାକ୍ଟର ମାନଙ୍କୁ ପଠାଇ ନିଯୁକ୍ତି ସୁଯୋଗ ଦେବାକୁ ଜିଲ୍ଲାପାଳ ଇଫକୋ, ପିପିଏଲ୍,ମିତଲ ଭଳି କମ୍ପାନୀ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଏହି ନିଯୁକ୍ତି ମେଳା ଆୟୋଜନର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ବି.ଡି.ଓ, ତହସିଲଦାର,ବ୍ଲକ ଶିକ୍ଷା ଅଧିକାରୀ,ପିଇଓ,ଜିଆରଏସ୍ ପଦକ୍ଷେପ ଗ୍ରହଣ କରିବାକୁ ବି.ଡି.ଓ ମାନେ ପିଇଓ ଜି.ଆର୍.ଏସ୍ ଙ୍କ ମାଧ୍ୟମରେ ଜିଲ୍ଲାର ପ୍ରତି ପଂଚାୟତ ଓ ଗାଁରେ ପ୍ରଚାର ପ୍ରସାର ପହଂଚାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ । ନିଯୁକ୍ତି ମେଳାର ସଫଳ ଆୟୋଜନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ୱାପ ତଦାରଖ ଦାୟିତ୍ୱରେ ରହିବେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଶ୍ରୀ କାହ୍ନୁ ଚରଣ ଧୀର,ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ଦାଶ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଅର୍ପିତା ପ୍ରିୟଦର୍ଶିନୀ ନିଯୁକ୍ତି ମେଳା ଆୟୋଜନ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଏହି ନିଯୁକ୍ତି ମେଳାରେ ସାହି ଏକ୍ସପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍,ଆପୋଲୋ ଫାର୍ମାସି,ଡିଭାଇନ୍ ନର୍ସିଂ କେୟାର ସଲୁ୍ୟସନ୍, କ୍ୱେସ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍,ଜିଫୋରଏସ୍ ସିକୁ୍ୟରିଟି,ନିଟ୍ ଫାଉଣ୍ଡେସନ୍,ମିଶନ ଶିକ୍ଷା,ମେଡ୍ ପ୍ଲସ,ବ୍ଲୁ ଡିଜିଟାଲ୍ ଇଣ୍ଡିଆ,ଆଇ.ସି.ଆଇ.ସି.ଆଇ ଫାଉଣ୍ଡେସନ୍, ମାରୁତି ସୁଜୁକି ମୋଟର୍ସ,ଓ.ଏସ୍.ଏଲ୍ ସିକୁ୍ୟରିଟି,ଆଦିତ୍ୟ ବିର୍ଲା ଭଳି ନିଯୁକ୍ତି ସଂସ୍ଥାମାନେ ଯୋଗଦେବାର ସ୍ୱିକୃତି ପ୍ରଦାନ କରିଛନ୍ତି । ସେହିପରି ତାଲିମ ପ୍ରଦାନ କାରୀ ସଂସ୍ଥା ସିପେଟ୍,କ୍ୱିଭାନ୍ ସ୍କିଲ୍ ପ୍ରାଇଭେଟ୍ ଲିମିଟେଡ୍,ଜନଶିକ୍ଷଣ ସଂସ୍ଥାନ,ଫନଫାଷ୍ଟ ଗ୍ଲୋବାଲ୍ ସ୍କିଲରସ,ଆରସେଟୀ,ଗ୍ରାମ୍ ତରଙ୍ଗ,ସାହି ଏକ୍ସପୋର୍ଟସ୍,ସିଷ୍ଟା ହସପିଟାଲିଟି ଷ୍ଟର୍ଲିଂ ହଲିଡେ ରିସୋର୍ଟ ଏହି ନିଯୁକ୍ତି ମେଳାରେ ଯୋଗଦାନ କରିବାକୁ ସ୍ୱିକୃତୀ ପ୍ରଦାନ କରିଛନ୍ତି । ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଓରମାସ୍ ଡେପୁଟୀ ସିଇଓ ସତ୍ୟ ସୁନ୍ଦର ପାଇଟାଳ ଇଫକୋ, ପିପିଏଲ୍,ଜେଏସଡବ୍ଲୁ,ସିପେଟ୍,ପାରାଦ୍ୱୀପ ଆର୍ସେଟୀ,ଓରମାସ୍,ଜନଶିକ୍ଷଣ ସଂସ୍ଥାନର ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.