Wednesday , May 31 2023
Home / ବିଶେଷ / ସାନମାଣିତିଆ ପଂଚାୟତର ପ୍ରାକ୍ତନ ସରପଂଚ ଧିରେନ ପରିଡାଙ୍କ ଦ୍ୱାଦଶାହରେ ସ୍ମୃତିସଭା

ସାନମାଣିତିଆ ପଂଚାୟତର ପ୍ରାକ୍ତନ ସରପଂଚ ଧିରେନ ପରିଡାଙ୍କ ଦ୍ୱାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଂଚାୟତର ପ୍ରଥମ ଲୋକପ୍ରିୟ ସରପଂଚ ଧିରେନ କୁମାର ପରିଡାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ତାଙ୍କ ବଡମାଣିତିଆସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ରବୀନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ବିଜେଡି ଜିଲ୍ଲା ସଭାପତି ଉତ୍କଳକେଶରୀ ପରିଡା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ପ୍ରାକ୍ତନ ସଭାପତି ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଶିବପ୍ରସାଦ ଭଳ, ସାନମାଣିତିଆ ସରପଂଚ ବିଭୁତି ଭୂଷଣ ମଳିକ, ପୂର୍ବତନ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ରୋସ୍ନା ସାହୁ, ପୂର୍ବତନ ସରପଂଚ ଜୟପ୍ରକାଶ ଗିରି, ଅକ୍ଷୟ ବିଶ୍ୱାଳ, ସୁରେନ୍ଦ୍ର ଧଳ, ସତ୍ୟପ୍ରକାଶ ବେହେରା, ପ୍ରତାପ ନାରାୟଣ ମହାପାତ୍ର, ନାଗମଣୀ ରାଉତ, ରତ୍ନାକର ଦାସ, ପ୍ରଦୀପ ପରିଡା, ପ୍ରଣବ କୁମାର ଜେନା, ଦୁଷ୍ମନ୍ତ ମଲିକ ପ୍ରମୁଖ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ପୁତ୍ର କାଳନ୍ଦୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.