ଶ୍ରଦ୍ଧାଳୁ,ସେଵାୟତ, ବ୍ୟବସାୟୀ ନିରାଶ
କଟକ ସଦର, ୦୨/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସକାଳୁ ଅନିର୍ଦ୍ଦିଷ୍ଟ କାଳପାଇଁ ୧୪୪ ଧାରା ଜାରି କରାଯାଇ ଶ୍ରଦ୍ଧାଳୁଙ୍କ ଆଗମନକୁ ଵାରଣ କରାଯାଇଛି।ହେଲେ କରୋନା ପାଇଁ ଦୁଇ ବର୍ଷ ହେଲା ସମସ୍ତେ ହତାଶ ହୋଇଥିଲା ଵେଳେ ଏହାର ପୁନଃର୍ଵିଚାର କରି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଆଶା କରାଯାଉଥିଲା। ହେଲେ ସଵୁ ଆଶା ଆଜି ମଉଳିଯାଇଛି। ଆଜି (ବୁଧବାର) ବୈଠକର ନିଷ୍ପତି ଅନୁଯାୟୀ ଝୁଲା ପୋଲ ନିକଟରେ କେଵଳ ଵଡ ଏଲଇଡି ଟିଭି ମାଧ୍ୟମରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ନୀତି କାନ୍ତି ଭର୍ଚୁଆଲରେ ଦର୍ଶନ କରିପାରିବେ। ଏହା ସହ ସେଠାରେ ଶୁଖିଲା ଭୋଗ ମଧ୍ୟ କିଣି ପାରିବେ। ସୂଚନାଯୋଗ୍ୟ ଯେ ରାତି ପାହିଲେ ମହାକାର୍ତିକ ମାସର ପଞ୍ଚକ ପର୍ଵ ଆରମ୍ଭ।
ଏହା ପରେ ପ୍ରସିଦ୍ଧ ଵଡ ଓଷା। ସେଥିପାଇଁ ପଞ୍ଚୁକ ଯାତ୍ରା ଓ ଵଡ ଓଷାରେ ଵାଵା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଶା ବାନ୍ଧିଥିଲେ। ହେଲେ ସଵୁ ଆଶା ନିରାଶାରେ ପରିଣତ ହୋଇଛି। ଯାହା ସେଵାୟତ,ଵ୍ୟଵସାୟୀ ସମେତ ଶ୍ରଦ୍ଧାଳୁମାନଙ୍କୁ ନିରାଶ କରିଛି।ଏପରି ସ୍ଥିତିରେ ମନ୍ଦିର ପରିସର କେବଳ ପୋଲିସ୍ ଛାଉଣୀରେ ଥାଇଁ ଖାଁ ଖାଁ ପରିବେଶ ସୃଷ୍ଟି କରିଛି। ଏଥିପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପଞ୍ଚକ ପର୍ଵ ଓ ଵଡ ଓଷା ଫିକା ପଡ଼ିବାକୁ ଯାଉଛି। ଏହା ଜଣାପଡିଵା ପରେ ଵ୍ୟଵସାୟୀ ମାନେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଥିବା ବେଳେ ଆଉ କେତେକ ଫେରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।