କଟକ ସଦର,୦୨/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକର ଇଣ୍ଡସ ଇଣ୍ଡ ଵ୍ୟାଙ୍କର କର୍ମଚାରୀ ଭାଵେ ପରିଚୟ ଦେଇ ଜଣେ ଗ୍ୟାରେଜ ମାଲିକଙ୍କୁ ଋଣ କରାଇଦେଇ ସେହି ଋଣ ଟଙ୍କାକୁ ଜାଲିଆତି କରି ଉଠାଇ ନେଇଥିବା କମିଶନରେଟ୍ କନ୍ଦରପୁର ଥାନାରେ ଅଭିଯୋଗ ହୋଇଥିଲା। ଘଟଣାବଳୀ ଏହିଆ ଯେ ଗ୍ୟାରେଜ ମାଲିକ ହାଇଦର ଖାଁଙ୍କୁ ଵ୍ୟାଙ୍କର କର୍ମଚାରୀ ଗୈ।ତମ ମହାନ୍ତି ଏକ ଲକ୍ଷ ଟଙ୍କା ଋଣ କରାଇ ଦେଇଥିଲେ। ହେଲେ ଋଣ ଟଙ୍କା ତାଙ୍କ ଵ୍ୟାଙ୍କ ଏକାଉଂଟରେ ଜମା କରାଯାଇଥିଲା ବେଳେ ଏଟିମ କାର୍ଡÿ ଟି ଋଣ ଗ୍ରହୀତାଙ୍କୁ ଦିଆ ନଯାଇ ଗୈ।ତମକୁ ଦିଆଯାଇଥିଲା। ଗୈ।ତମ ଏଟିଏମ୍ କାର୍ଡ଼ ସାହାଯ୍ୟରେ ଟଙ୍କା ଉଠାଇଥିବା ହାଇଦର ଜାଣିଵାକୁ ପାଇଲେ।ଏ ସମ୍ପର୍କରେ ଗୈ।ତମକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଵା ସତ୍ୱେ ସିଏ ଆଉ ଧରାଛୁଆଁ ନଦେଵାରୁ ହାଇଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାଧିକାରୀ ବିପିନ ବିହାରୀ ହୋତା ଅଭିଯୋଗ ଅନୁସାରେ ନଂ ୧୯୫/୨୦୨୨ ଓ ୧୮୬୦ ଆଇପିସି,ଦଫା ୪୨୦ ରେ ମାମଲା ରୁଜୁ କରି ତଦନ୍ତ ଭାର ଏସଆଇ ଅସୀତ କୁମାର ସାହୁଙ୍କୁ ଦେଇଥିଲେ। ଅଭିଯୁକ୍ତକୁ ଧରିଵା ପାଇଁ ପୋଲିସ ଜାଲ ଵିଛାଇଥିଵା ଵେଳେ ଫୋନ୍ ଟ୍ରାକିଙ୍ଗ ରେ ସିଏ ଘରେ ଥିବା ଜଣା ପଡିଥିଲା। ପୋଲିସ ସଦଳବଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ନୂଆପୋଖରୀ କୂଳସାହି ଗ୍ରାମରୁ ଅଭିଯୁକ୍ତ ଗୈ।ତମକୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣି ଅଟକ ରଖି ଅଧିକ ଖୋଳତାଡ କରୁଥିବା ଜଣାପଡିଛି। ଏଥିରେ ଆଉ କାହାର ହାତ ଅଛି ଏବଂ ଆଉ କିଏ ସଵୁ ଏହି ଜାଲିଆତିର ଶିକାର ହୋଇଛନ୍ତି ତାକୁ ନେଇ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ବ ଦିଆ ଯାଉଛି ।