Wednesday , May 31 2023
Home / ଶିକ୍ଷା / ରେଭେନ୍ସା ରେ ଏବିଭିପିର କ୍ୟାମ୍ପସ ୟୁନିଟ୍ ଘୋଷଣା

ରେଭେନ୍ସା ରେ ଏବିଭିପିର କ୍ୟାମ୍ପସ ୟୁନିଟ୍ ଘୋଷଣା

କଟକ,୦୨/୧୧/୨୦୨୨(ଓଡ଼ିଶା ସମାଚାର / ଦେବାଶିଷ ରଥ):ରେଭେନ୍ସା ବିଶ୍ଵବଦ୍ୟାଳୟରେ ଭାରତୀୟ ବିଦ୍ୟାର୍ଥୀ ପରିଷଦର କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇ ଯାଇଁଛି। ଏହି ୟୁନିଟରେ ସଭାପତି ଭାବେ ଛାତ୍ରନେତା ସାଗର ଗୋଚ୍ଛାୟତ ଏବଂ ସମ୍ପାଦକ ଭାବେ ସିପକ କୁମାର ଜେନା ଦାୟିତ୍ଵ ଗ୍ରହଣ କରିଛନ୍ତି। ସାଂସ୍କୃତିକ ସମ୍ପାଦକ ଦେବପ୍ରସାଦ ବେହେରା, କ୍ରୀଡା ସମ୍ପାଦକ ଭାବେ ସତ୍ୟବାନ୍ ସେଠୀ, ଷ୍ଟୁଡେଣ୍ଟ୍ ଫର୍ ସେବାର ସମ୍ପାଦକ କିଶୋର ମିଶ୍ର ଏବଂ ଷ୍ଟୁଡେଣ୍ଟ୍ ଫର୍ ଡେଭଲପମେଣ୍ଟ ସମ୍ପାଦିକା ଭାବେ ଶ୍ୱେତପଦ୍ମା ବେହେରା। ମିଡିଆ ସଂଯୋଜିକା ଭାବେ ଦିପ୍ତି ପାତ୍ର, ହଷ୍ଟେଲ ଏବଂ ଆଲୋଚନା ଚକ୍ର ସଂଯୋଜକ ଭାବେ ତାପସ ଦାସ ଏବଂ ମୟଙ୍କ ପାଠକ ଦାୟିତ୍ଵ ବହନ କରିଛନ୍ତି। ପ୍ରତେକ ବର୍ଷ ବିଦ୍ୟାର୍ଥୀ ପରିଷଦ ଦ୍ଵାରା ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ନେତୃତ୍ବ ଗଠନ କରିବା ପାଇଁ ୟୁନିଟ୍ ଘୋଷଣା କରାଯାଇ ଥାଏ। ଚଳିତ ବର୍ଷ ଶିକ୍ଷା ବର୍ଷରେ ୟୁନିଟ ର ସଭାପତି ଏବଂ ସମ୍ପାଦକ ନେତୃତ୍ୱରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଦାବି ରଖିବା ସହ ଛାତ୍ରଛାତ୍ରୀ ମାନଙ୍କର ବେକ୍ତିତ୍ଵ ବିକାଶ ନିମନ୍ତେ ବିଭିନ୍ନ ପ୍ରକାରର ରଚନାତ୍ମକ କାର୍ୟ୍ୟକର୍ମ ଅନୁଷ୍ଠିତ କରିବା ପାଇଁ ନିଷ୍ପତି ହୋଇଛି। ପରିସର ରେ ଗଣତାନ୍ତ୍ରିକ ଉପାୟରେ ଶୁଙ୍ଖଳାର ସହିତ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ପ୍ରଶାସନ ସାମ୍ନା ରେ ଦାବି ଉପସ୍ଥାପନ କରାଇବା ପାଇଁ ସମସ୍ତ କାର୍ୟ୍ୟକର୍ତା ନିଜର ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.