Wednesday , May 31 2023
Home / ବିଶେଷ / ରେଡକ୍ରସ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ରେଡକ୍ରସ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ନିରାକାରପୁର, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଗତ ଦୀପାବଳି ପୂଜା ଦିନ ବିଳମ୍ବିତ ରାତିରେ କୌଣସି କାରଣରୁ ଖୋର୍ଦ୍ଧା ଜିଲ୍ଲା ହଜ ଗ୍ରାମ ପଞ୍ଚାୟତ ଅଧୀନ କଲରାଝର ଗ୍ରାମରେ ନିଆଁ ଲାଗି ୪ ଟି ପରିବାରର ପ୍ରାୟ ୮ ବଖରା ପୋଡିଯିବା ସହିତ ସର୍ବସ୍ବ ହରାଇଛନ୍ତି । ଏହି ଭଳି ଦୁଃଖଦ ଅବସ୍ଥାରେ ଇସ୍ଵାର୍ଡ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ର ସଂପାଦକ ଶ୍ରୀ ମୃତ୍ୟୁଞ୍ଜୟ ପ୍ରଧାନ ପହଞ୍ଚି ସମବେଦନା ଜଣେଇବା ସହିତ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ଙ୍କ ସହାୟତା ଦ୍ଵାରା ସେମାନଙ୍କୁ ତମ୍ବୁ, ରୋଷେଇ ଵାସନ ସାମଗ୍ରୀ, ବସ୍ତ୍ର, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ବଣ୍ଟନ କାର୍ୟ୍ୟକ୍ରମ ରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ର ଜୁନିଅର ଆସିଷ୍ଟାଣ୍ଟ ଶ୍ରୀ ବିନୟ କୁମାର ନାୟକ ଯୋଗଦେଇଥିଲେ। ଅସମୟରେ ଏହି ଭଳି ସହଯୋଗ ପାଇଁ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ର ଅଵତୈନିକ ସଂପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଟ୍ଟନାୟକ ର (ଅବସରପ୍ରାପ୍ତ ଆଇଏଏସ୍) ଙ୍କୁ ଗ୍ରାମବାସୀ ମାନେ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published.