Thursday , June 1 2023
Breaking News
Home / ବିଶେଷ / ରାଜହଂସକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଲୋକାର୍ପିତ କଲେ ବିଧାୟକ ଚନ୍ଦ୍ର ସାରଥି

ରାଜହଂସକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଲୋକାର୍ପିତ କଲେ ବିଧାୟକ ଚନ୍ଦ୍ର ସାରଥି

କଟକ ସଦର, ୦୨/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ୍ ଅନ୍ତର୍ଗତ ପରମହଂସ ପଞ୍ଚାୟତର ରାଜହଂସ ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାଵେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ଵେହେରା ଆଜି (ବୁଧବାର) ଲୋକାର୍ପିତ କରିଛନ୍ତି। ଏଥିସହିତ ଉକ୍ତ ଆଦର୍ଶ ଗ୍ରାମରେ ୫୪ ଲକ୍ଷ ୫୦ ହଜାର ଟଙ୍କା ଵ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଵା ୧୪ ଟି ପ୍ରକଳ୍ପକୁ ବିଧାୟକ ଉଦ୍ଘାଟନ କରିଥିଲେ। ଏହି ଅଵସରରେ ବିଜେଡି ସଭାପତି ପ୍ରମୋଦ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଵିଧାୟକ ଚନ୍ଦ୍ର ସାରଥିଙ୍କ ସହିତ ଵିଡିଓ ରାଜୀବ ଲୋଚନ ପରିଡା, ସହକାରୀ ଯନ୍ତ୍ରୀ ଵିକାଶ ଭୂୟାଁ,ଵିଧାୟକଙ୍କ ଵ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ବେହେରା,ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳୀ, ପୂର୍ବତନ ସଭ୍ୟା ଝିନୁ ଵେହେରା,ସୁଵୋଧ ବେହେରା,ମିଶନ ଶକ୍ତି ସଂଯୋଜକ ଶରତ ରାୟ,ଯୁଵ ବିଜେଡି ସଭାପତି ହିମାଂଶୁ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସରପଞ୍ଚ ଅଶୋକ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅଵସରରେ ବିଧାୟକ ଶ୍ରୀ ବେହେରା ରାଜହଂସ ଗ୍ରାମରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।

Leave a Reply

Your email address will not be published.