Thursday , June 8 2023
Breaking News
Home / ରାଜନୀତି / ଭୁବନ ବିଜେଡି ତରଫରୁ ଜନ ସଂପର୍କ ପଦଯାତ୍ରା ଉଦଯାପିତ

ଭୁବନ ବିଜେଡି ତରଫରୁ ଜନ ସଂପର୍କ ପଦଯାତ୍ରା ଉଦଯାପିତ

ବିଜୁ ସ୍ୱାସ୍ଥ୍ୟ ବୀମା ଏକ ଯୁଗାନ୍ତକାରୀ ଯୋଜନା- ମହେଶ ସାହୁ

ଭୁବନ ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନାକୁ ଜନସଂପର୍କ ପଦଯାତ୍ରା ମାଧ୍ୟମରେ ପ୍ରତି ଘରେ ଘରେ ପହଁଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ପୂର୍ବରୁ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପାଲା ମଣ୍ଡପ ଠାରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇ ସମସ୍ତ ୱାର୍ଡ ପରିକ୍ରମା କରିଥିଲା । ଆଜିର ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ ବିଭିନ୍ନ ସାହି ଛକ ମାନଙ୍କରେ ପଥପ୍ରାନ୍ତ ସଭା କରିଥିଲେ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିବା ସହିତ ମିଶନ ଶକ୍ତିର ସଫଳତା ବର୍ଣ୍ଣନା କରିଥିଲେ ଓ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଏକ ଯୁଗାନ୍ତକାରୀ ଯେଜନା । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବାରେ ସାରା

ଦେଶର ରୋଲ ମଡେଲ ସାଜିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଜନସଂପର୍କ ଯାତ୍ରାରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବିଜେଡି କାଉନସିଲର ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଓ ଯୁବ , ଛାତ୍ର , ମହିଳା ବିଜେଡିର ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published.