ନିରାକାରପୁର, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଗ୍ରାମର ଜଣେ ଦିନ ମଜୁରିଆ ଏକ ବାଇଗଣ ବାଡି ରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଜଂକିଆ ର ଲୋକନାଥ ବେହେରା (୫୨) ନିଜ ଘର ପାଖ ଜଣକ ବାଇଗଣ ବାଡି ରେ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ଉକ୍ତ ବାଡ଼ିରେ ହାତୀଙ୍କ ଉପଦ୍ରବ ରୁ ଫସଲକୁ ରକ୍ଷା କରିବା ପାଇଁ ବିଦ୍ୟୁତ୍ ତାର ସଂଯୋଗ କରାଯାଇଥିଲା। କିନ୍ତୁ ସକାଳୁ ତାର ସଂଯୋଗ ବିଚ୍ଛିନ୍ନ କରାଯାଇ ନ ଥିବାବେଳେ ଲୋକନାଥ କାମ କରୁଥିଲେ। ଅନ୍ୟମନସ୍କ ରେ ତାଙ୍କର କୋଦାଳ ଉକ୍ତ ତାର ଉପରେ ପଡ଼ିବା ଫଳରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇ ଚିକିତ୍ସା କରିବା ଅବସ୍ଥାରେ ତାଙ୍କର ମୃତୁ ଘଟିଥିଲା।