Thursday , June 1 2023
Breaking News
Home / ବିଶେଷ / ବାସୁଦେବ ବେହେରା ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ

ବାସୁଦେବ ବେହେରା ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ

ସେବା ଓ ତ୍ୟାଗ ପାଇଁ ସବୁଦିନ ମନେ ରହିବେ – ମହେଶ ସାହୁ

ଭୁବନ ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ସହର ସଂଗଠନ ସଭାପତି ତଥା କାପୁଡିଆ ସମାଜ ରାଜ୍ୟ ସଭାପତି ବାସୁଦେବ ବେହେରା ଓରଫ ବୁଲା ବେହେରା ଙ୍କ ଏକାଦଶାହରେ ସାଂସଦ ମହେଶ ସାହୁ ଯେଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ସ୍ମୃତିଚାରଣ କରି କହିଥରଲେ ଯେ , ସ୍ୱର୍ଗତ ବୁଲା ବାବୁ ଭୁବନବାସୀ ଙ୍କ ପାଇଁ ଯେଉଁ ତ୍ୟାଗ କରିଛନ୍ତି ଓ ତାଙ୍କ ସେବା ଯୋଗୁ ସବୁଦିନ ପାଇଁ ମନେରହିବେ । ଯାନିଯାତ୍ରା ,ମେଳା ମହୋତ୍ସବ ସମୟରେ ତାଙ୍କ ଅନୁପସ୍ଥିତି ନିଶ୍ଚିତ ମନେପଡିବ ବୋଲି ସାଂସଦ ମହେଶ ସାହୁ ସ୍ମୃତିଚାରଣ କରି କହିଥରଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ବହୁ ବିଜେଡି କର୍ମୀ , ବଣିକ ସଂଘ ସଦସ୍ୟ , ଦଶହରା ବଳଦ ଯାତ୍ରା କମିଟି ସଦସ୍ୟ , ଦୁର୍ଗା ପୂଜା କମଟି ସଦସ୍ୟ , ବିଭିନ୍ନ ଜାତି ସଭାପତି ,ସଂପାଦକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ବୁଲା ବେହେରା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସ୍ମୃତିଚାରଣ କରିଥିଲେ । ଦଶାହ ସଂଧ୍ୟାରେ ସହର ସଂଗଠନ ତରଫରୁ ଏକ ମହମବତି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

Leave a Reply

Your email address will not be published.