ନିରାକାରପୁର, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ଛକ ନିକଟରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ସ୍ପଷ୍ଟଦିବାଲୋକରେ ରାସ୍ତା ରେ ପିଟାପିଟି , ୪ଯୁବକ ଆହତ ଥାନାରେ ଅଟକ ଦୁଇଟି କାର ଜବତ। ସୁଚନାରୁ ଜଣାପଡିଛି ଗୋମାଂସ କଣ୍ଟେନର ଚାଲାଣ ବେଳେ ଟଙ୍କା ଦେଣନଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ହୋଇଥିଲା। ଗୋଟିଏ ଗୋଷ୍ଠୀ ର ଯୁବକ ମାନେ ଅନ୍ୟ ଗୋଷ୍ଠୀ ର ଯୁବକ ମାନଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ପିଟି ରକ୍ତାକ୍ତ କରିଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖି ହସ୍ତକ୍ଷେପ କରି ଦୁଇ ଗୋଷ୍ଠୀ ର ଚାରିଜଣ ଯୁଵକଙ୍କୁ ଅଟକାଇ ଗାଡି କୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଂଚି ଗାଡି ଦୁଇଟିକୁ ଥାନା ରେ ଅଟକ ରଖିବା ସହିତ ୪ଜଣ ଯୁବକଙ୍କୁ ଥାନାରେ ଅଟକାଇ ପଚରା ଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଉଭୟ ପକ୍ଷ ଯୁବକଙ୍କ ପକ୍ଷରୁ ଥାନାରେ ଦୁଇଟି କେସ ହୋଇଥିବା ଜଣାପଡିଛି। ଗିରଫ ଯୁବକ ମାନେ ଜଟଣୀ ବେଣାପଂଜରୀର ଜୟିରୁଦ୍ଧିନ ଖାନ,କଟକ ତିଗିରିଆ ର ତୟବ ଖାନ,ଢେଙ୍କାନାଳର ବିଶ୍ୱଜିତ ଦାଶ ଓ ଶୁଶାନ୍ତ କୁମାର ସ୍ୱାଇଁ। ଗିରଫ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଦୁଇଟି କାର ଓ ଲୁହାରଡ ମାରଣାସ୍ତ୍ର ଜବତ ହୋଇଛି।
Home / ବିଶେଷ / ଗୋମାଂସ ଚାଲାଣ ନେଇ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ପିଟାପିଟି : ଦୁଇଟି କାର, ମାରଣାସ୍ତ୍ର ଜବତ, ୪ଯୁବକ ଗିରଫ