ନିରାକାରପୁର, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାଉଳହଜ ଠାରେ ଥିବା ଏକ ପରିତ୍ୟକ୍ତ ଖଣିଭିତରକୁ ଟ୍ରାକ୍ଟର ଓଲଟି ଚାଳକ ଗୁରୁତର ଆହତ ହୋଇଛନ୍ତି ।ଆହତ ହେଲେ ଉକ୍ତ ଥାନା ଡିଆ ପଂଚାୟତ କାଶୀପୁର ଗ୍ରାମର ଶ୍ରୀନିବାସ ସୁବୁଧି । ଶ୍ରୀନିବାସ ହାଟର ଆବର୍ଜନା ଟ୍ରାକ୍ଟରେ ବୋଝେଇ କରି ଚିତ୍ରକୂଟ ପାହାଡ ପାଦଦେଶରେ ଥିବା ଏକ ପରିତ୍ୟକ୍ତ ଖଣିରେ ପକାଇବାକୁ ଯାଇଥିଲେ । ହେଲେ ଆବର୍ଜନା ଖାଲିକରୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଖଣିଭିତରକୁ ଖସି ପଡିଥିଲା । ତେବେ ୨୦ଫୁଟ ପରିତ୍ୟକ୍ତ ଖଣିଭିତରୁ ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଚାଳକଙ୍କ ପାଟିଶୁଣି ସ୍ଥାନୀୟ ଲୋକ ପହଁଚି ଏକ ଜେସିବି ମାଧ୍ୟମରେ ଶ୍ରୀନିବାସକୁ ଉଦ୍ଧାରକରିଥିଲେ । ୨ଟିଯାକ ଗୋଡରେ ଆଘାତ ଲାଗିଥିବାରୁତାଙ୍କୁ ୧୦୮ ଯୋଗେଖୋର୍ଦ୍ଧାହାସପତାଳକୁ ପଠାଇ ଦିଆଯାଇଛି ।