Wednesday , May 31 2023
Breaking News
Home / ବିଶେଷ / କେରପାଇ ପଞ୍ଚାୟାତ୍ ର ଆଠ ଗାଁ ମୌଳିକ ସୁବିଧା ରୁ ବଞ୍ଚିତ

କେରପାଇ ପଞ୍ଚାୟାତ୍ ର ଆଠ ଗାଁ ମୌଳିକ ସୁବିଧା ରୁ ବଞ୍ଚିତ

କଳାହାଣ୍ଡି ,୨/୧୧/୨୦୨୨(ଓଡ଼ିଶା ସମାଚାର/ସଂଜୟ ସିଂହ )- କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ କରୁଛନ୍ତି ଯୋଜନା ଉପରେ ଯୋଜନା । ଗାଁ ଠାରୁ ଆରମ୍ଭ କରି ସହର ପର୍ୟ୍ୟନ୍ତ ଲୋକେ କେମିତି ଭଲରେ ରହିବେ ।   ଗମନା ଗମନ, ସ୍ୱାସ୍ଥ୍ୟ, ଶିକ୍ଷ୍ୟା ର କେମିତି ବିକାଶ ହବ , ସେ ନେଇ   ସଦା ସର୍ବଦା  ପ୍ରୟାସ କରୁଛନ୍ତି। ହେଲେ ଏ ପେଟେ  ଦେଖିବାକୁ ମିଳୁଛି କିଛି ଓଲଟା ଚିତ୍ର । ଦେଶ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ପଂଚାୟତ କୁ ଯିବା ଆସିବା ପାଇଁ  ରାସ୍ତା ଟିଏ ମଧ୍ୟ ହୋଇପାରିନାହିଁ । ଶିକ୍ଷ୍ୟା, ସ୍ୱାସ୍ଥ୍ୟ କଥା ନ କହିବା ଭଲ । ଆମେ କହୁଚୁ କଳାହାଣ୍ଡି ଜିଲ୍ଲା ର ପ୍ରସିଦ୍ଧ ଦୂର୍ଗମ ଅଞ୍ଚଳ ଥିଆମୁଳ ରାମପୁର ବ୍ଲକ୍ ର କେରପାଇ ପଂଚାୟତ ଅଧୀନ ରେ ରହିଥିବା କଚେଲେଖା, କୁଟୁରୁମାଳି, ପୋଡ଼ାପାଇ, ଲିଲିଙ୍ଗ ପଦର୍, ଲିଲାଙ୍ଗବନ୍ଧ, ଭଳୀ ସାତ ରୁ ଆଠ ଗାଁ କଥା । ପାହାଡିଆ ଅଞ୍ଚଳ ଥିବାରୁ ଅଳ୍ପ ବର୍ଷା ହେଲେ ମଧ୍ୟ ନାଳଦେଇ ଭୀଷଣ ଜଳପ୍ରବାହ ହୁଏ । ଏହି କିଛି ଦିନ ପୂର୍ବର କଥା – ହଠାତ୍ ବର୍ଷା ହେବାରୁ ତିନି ଜଣ ବ୍ୟକ୍ତି ନାଳ ପରିହେଉଥିବା ସମୟରେ ଜଣକୁ ପାଣିରେ ଭାସେଇ ନେଇ ଥିବା ସମୟ ରେ  ବିଡିଓ ଘଟଣା ସ୍ଥଳ ଅନୁଧ୍ୟାନ କରିବା ପାଇଁ  ଆସିଥିଲେ ଏବଂ ଏଠାରେ ବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଗଲା। ଅଞ୍ଚଳ ବାସୀ ଯେତେ କାକୁତି ମିନତୀ କଲେ ମଧ୍ୟ  ସବୁ ଜାଣି ଶୁଣି  ପ୍ରଶାସନ ନିରବ ଦ୍ରଷ୍ଟା ରହୁଥିବା ଅଂଚଳ ବାସୀ ପ୍ରକାଶ କରିଛନ୍ତି। ଦୁର୍ଭାଗ୍ୟ ର ବିଷୟ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ବିଡ଼ିଓ ,  ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କରୁ ନଥିବା ପ୍ରକାଶ କରିଛନ୍ତି।ଦେଖା ଯାଉ ସରକାରି ବାବୁ ମାନଙ୍କ ଦୃଷ୍ଟି କେବେ ପଡ଼ିବ ତାହା ସାଧାରଣ ରେ ଦେଖିବାକୁ ବାକି ରହିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.