କେନ୍ଦ୍ରାପଡ଼ା, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିିଦ୍ଧ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ନମିତା ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଷ୍ଟାଫ ଆସୋସିଏସନର ସଭାପତି ମେଜର ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ବିଦାୟୀ ପ୍ରାଧ୍ୟାପିକା ଶ୍ରୀମତୀ ପାତ୍ରଙ୍କ ମହାବିଦ୍ୟାଳୟରେ ଅବସ୍ଥାନ ସମୟର କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବା ସେଙ୍ଗ ସେଙ୍ଗ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଆସୋସିଏସନର ସମ୍ପାଦକ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପିକା ଶ୍ରୀମତୀ ପାତ୍ର ମହାବିଦ୍ୟାଳୟରେ ରହଣୀ ଓ କାର୍ଯ୍ୟ କରିବାର ସମୟ ତାଙ୍କ ଜୀବନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା ବୋଲି ପ୍ରକାଶ କରିଥିଲେ । ସହ ସମ୍ପାଦକ ଡଃ. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ପ୍ରାଧ୍ୟାପକ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ଡଃ. ସଞ୍ଜୀବ କୁମାର ମହାନ୍ତି, ଡଃ. ଜ୍ଞାନୀନ୍ଦ୍ର ଦାଶ, ଅଶୋକ କୁମାର ଦାସ, ଡଃ. ଗୌର ପ୍ରସାଦ ଷଡଙ୍ଗୀ, ବିଶ୍ୱରଞ୍ଜନ ପୁହାଣ, ଡଃ. ପ୍ରଭାକର ମଲ୍ଲିକ, ଡଃ. ବାସନ୍ତୀ ଶୁକ୍ଳା, ଡଃ. ଗୌତମ ଚରଣ ଦାସ, ଅଧ୍ୟାପକ ହିମାଂଶୁ ମହାପାତ୍ର, କାନନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହିବା ସେଙ୍ଗ ସେଙ୍ଗ ପ୍ରାଧ୍ୟାପିକା ପାତ୍ରଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।