ଭୁବନ ୦୨/୧୧/୨୦୨୨(ଓଡ଼ିଶା ସମାଚାର)-ଗତ ୨୪ ତାରିଖ ସୋମବାର ରାତିରୁ କାଳୀବଜାର ଓ ସିନେମାହଲ ଛକ (ଅରାସାହି) ରେ ଶକ୍ତିସ୍ୱରୂପିଣୀ,ଅଭୟଦାୟିନୀ,ଦୁଷ୍ଟନିବାରିଣୀ ମା କାଳୀ ଙ୍କ ପୂଜାର୍ଚ୍ଚନା କରାଯାଇ ଆଜି ଅପରାହ୍ନରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଜା ବାଣରେ ସମଗ୍ର ଭୁବନ କମ୍ପିଥିଲା । କାଳୀବଜାର ବଣିକ ସଂଘ ଓ ସିନେମାହଲ ଛକ (ଅରାସାହି) କାଳୀମେଢ ଅପରାହ୍ନ ୪ ଘଟିକା ସମୟରେ ନିଜନିଜର ଆସ୍ଥାନ ରୁ ମ୍ୟୁଜିକ ଗ୍ରୁପ , ଭାଙ୍ଗଡା ଢୋଲ ବାଦ୍ୟ, ଲଉଡିବାଡି, ଲୋକକଳା, ସଂକୀର୍ତନ ସହିତ ଶୋଭାଯାତ୍ରାରେ ବାହାରି ନୂଆବଜାର, ଗଣେଶବଜାର, ଗୁଜୁରୀହାଟ, ଦୁର୍ଗାଛକ, ଲକ୍ଷ୍ମୀଛକ ,ବଣିଆସାହି ,ରାଉତସାହି, ବେହେରା ସାହି, ବାଜିଛକ, ବଡହାଟ ଦେଇ ସହର ପରିକ୍ରମା କରିଥିଲା । କାଳୀବଜାର ବଣିକ ସଂଘ ସଭାପତି ସମୀର କୁମାର ସାହୁ ଙ୍କ ନେତୃତ୍ୱରେ ସମସ୍ତ ବ୍ୟବସାୟୀ ଭାଇମାନେ ସାମିଲ ହୋଇଥିବା ବେଳେ ସିନେମାହଲ ଛକ (ଅରାସାହି) ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ନେତୃତ୍ୱରେ ସାହିଭାଇଙ୍କ ସହଯୋଗରେ ଶୃଙ୍ଖଳାର ସହ ଭସାଣିଯାତ୍ରା ଅନୁଷ୍ଠିତ ହେଉଛି ।