ଖୋର୍ଦ୍ଧା, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପଞ୍ଚୁକୋଟ ଗ୍ରାମଠାରେ ଏକ ଢ଼ାବା ନିକଟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ରୁ ଜଣାପଡ଼ିଛି ଯେ, ଏକ ଆଇସର ଟ୍ରକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି ।ମୃତକମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ବୋଲଗଡ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ କାରଟି ଭୁବନେଶ୍ବରରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ପଞ୍ଚୁକୋଟ ଗ୍ରାମ ଉପକଣ୍ଠରେ ରାଜପଥ ପାର୍ଶ୍ଵରେ ଥିବା ଏକ ଢାବା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଥିବା ତିନିଜଣଙ୍କର ମୃତ୍ୟୁ ଘଟିଛି । ବୋଲଗଡ ଥାନା ପୁଲିସ ଏବଂ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଦୁର୍ଘଟଣାସ୍ଥଳରେ ଘଟଣା ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିରୁ ତିନିଜଣଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଳା ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।କାର ଭିତରୁ ଜଗନ୍ନାଥଙ୍କ ଭୋଗ ଓ ମୋବାଇଲ ମିଳିଛି। ପୁଲିସ ଦୁର୍ଘଟଣା ଗସ୍ତ ଟ୍ରକ୍କୁ ଜବତ କରିଛି। ଦୁର୍ଘଟଣାରେ କାର୍ ର ସାମ୍ନାପଟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ଘଟାଇ ଆଇସର ଚାଳକ ଫେରାର ହୋଇଯାଇଛି ।