ନିଶ୍ଚିନ୍ତକୋଇଲି,୦୨/୧୧/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗୋରକ୍ଷଣିର ୮୦ ତମ ବାର୍ଷିକ ଉତ୍ସବ ପବିତ୍ର ଗୋଷ୍ଠାଷ୍ଟମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ଛୋଟା ଅକର୍ମଣ୍ୟ ଗୋରୁଟିଏ କୁ କଂସେଇ ହାତରୁ ଉଦ୍ଧାର କରିବା ପରେ ଗଢି ଉଠିଥିବା ଏହି ମହତ ଅନୁଷ୍ଠାନ ଏବେ ୧୦୦ ରୁ ଉର୍ଦ୍ଧ୍ବ ବୃଦ୍ଧ ଗୋ ମାତାଙ୍କୁ ନେଇ ଗଢ଼ିଉଠିଛି ଗୋରକ୍ଷଣୀ। ବୃଦ୍ଧ ଗାଈ ଗୋରୁ ଙ୍କୁ କଂସେଇ ଖାନାକୁ ନପଠାଯାଇ ଏହି ଗୋରକ୍ଷଣି ରେ ସୁରକ୍ଷିତ ଭାବେ ପାଳନ କରାଯିବା ହେଉଛିଏହାର ଉଦେଶ୍ୟ । ଯାହାପାଇଁ ଘର ଘର ବୁଲି ମୁଷ୍ଟି ଚାଉଳ ସଂଗ୍ରହ କରାଯାଇ ଏହି ଅନୁଷ୍ଠାନ ଆଜି ପର୍ୟ୍ୟନ୍ତ ଚାଲୁଅଛି ।
ବାର୍ଷିକ ଉତ୍ସବରେ ଅସୁରେଶ୍ୱର ଗୋମଙ୍ଗଳ ସମିତି ର ସଭାପତି ତଥା ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ଼ଃ.ପ୍ରସନ୍ନ ପାଟଶାଣୀ ମୁଖ୍ୟବକ୍ତା ଭାବେ ପ୍ରଫେସର ଶ୍ରୀ ଅଭିରାମ ବିଶ୍ଵାଳ, ଶ୍ରୀ ବିରେନ୍ଦ୍ର ପଣ୍ଡା ଏବଂ ସମ୍ମାନୀତ ଅତିଥି ଭାବେ ଡ଼କ୍ଟର ମିନତୀ ବେହେରା, ଅମ୍ବର କୁମାର କର, ସମାଜସେଵୀ ପ୍ରଶାନ୍ତ କୁମାର କର, ସଂପାଦକ ଶ୍ରୀଯୁକ୍ତ ପର୍ଶୁରାମ ଦ୍ଵିବେଦୀ ଯୋଗ ଦେଇ ପ୍ରମ୍ମୁଖ ଯୋଗଦାନ କରି ଏହି ଅନୁଷ୍ଠାନରେ ଗୋ ମାତାଙ୍କ ସୁରକ୍ଷା ଓ ଲାଳନ ପାଳନ ର ମହତ୍ୱ ଉପରେ ଆଲୋକପାତ କରିଥିଲେ।ଏହି କାଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର “ଧାତ୍ରୀ” ଉନ୍ମୋଚିତ ହୋଇଥିଲା ।